ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ନିକଟସ୍ଥ ବନ୍ଧମୁଣ୍ଡା ଅଞ୍ଚଳରେ ରବିବାର ଅପରାହ୍ନରେ ଏକ ମାଲବାହୀ ଟ୍ରେନର ପାଞ୍ଚଟି ୱାଗନ ଲାଇନଚ୍ୟୁତ ହୋଇଥିଲା। ଯାହା ଫଳରେ ଏହି ରୁଟରେ ଚଳାଚଳ କରୁଥିବା ସମସ୍ତ ଟ୍ରେନ୍ ବାଧାପ୍ରାପ୍ତ ହୋଇଛି।
ତେବେ ଏହି ଲାଇନଚ୍ୟୁତ ହେବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ। ପ୍ରଭାବିତ ୱାଗନ ଗୁଡ଼ିକ ପୁନଃରେଲିଂ କରିବା ପାଇଁ ରେଳ ଅଧିକାରୀ ଏବଂ ବୈଷୟିକ କର୍ମଚାରୀ ଆବଶ୍ୟକୀୟ ଉପକରଣ ଧରି ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ଯଥା ଶୀଘ୍ର ମରାମତି ସାରି ସେହି ରୁଟରେ ଟ୍ରେନ ଚଳାଚଳକୁ ସ୍ୱାଭାବିକ କରିବା ପାଇଁ ପ୍ରୟାସ ଜାରି ରହିଥିବା ଜଣାପଡିଛି।
Comments are closed.