Latest Odisha News

ଗୁଗଲକୁ ୧,୩୩୭ କୋଟି ଟଙ୍କାର ଜୋରିମାନା

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିଶ୍ୱର ବୈଷୟିକ କମ୍ପାନୀ ଗୁଗଲ ଉପରେ ଭାରତୀୟ ପ୍ରତିଯୋଗୀତା ଆୟୋଗ (Competition Commission of India-CCI) ୧,୩୩୭.୭୬ କୋଟି ଟଙ୍କାର ଜୋରିମାନା ଲାଗୁ କରିଛି । ଆଣ୍ଡ୍ରଏଡ୍ ମୋବାଇଲ୍ ଡିଭାଇସ୍ ଇକୋସିଷ୍ଟମରେ ଏକାଧିକ ବଜାରରେ ନିଜର ଦୃଢ ସ୍ଥିତିର ଅପବ୍ୟବହାର କରିବା ଯୋଗୁଁ ଏପରି ପଦକ୍ଷେପ ନିଆଯାଇଛି। ଏଥିସହ ଅନୈତିକ ବ୍ୟବସାୟିକ କାର୍ଯ୍ୟକଳାପ ବନ୍ଦ କରିବାକୁ ଅଗ୍ରଣୀ ଇଣ୍ଟରନେଟ୍ କମ୍ପାନୀକୁ CCI ନିର୍ଦ୍ଦେଶ ଦେଇଛି।

BjdElectrycity

ଆୟୋଗ ଗୁରୁବାର ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହାର କାର୍ଯ୍ୟକାରିତାକୁ ପରିବର୍ତ୍ତନ କରିବା ପାଇଁ ଗୁଗଲକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସିସିଆଇ ଏହାର ବିବୃତ୍ତିରେ କହିଛି ଯେ ଏହି ଟେକ କମ୍ପାନୀ ନନ୍-ଓଏସ ୱେବ୍ ସ୍ପେସିଫିକ ୱେବ୍ ବ୍ରାଉଜର୍ ବଜାରରେ ନିଜର ଉପସ୍ଥିତି ବଢାଇବା ପାଇଁ ଆପ୍ ଷ୍ଟୋର ମାର୍କେଟରେ ନିଜର ଦୃଢ ସ୍ଥିତିର ଦୁରୁପଯୋଗ କରିଛି। ତେଣୁ ଗୁଗଲକୁ ଏକ ନିର୍ଦ୍ଦାରିତ ସମୟସୀମା ଭିତରେ ନିଜର କାର୍ଯ୍ୟଶୈଳୀକୁ ସଂଶୋଧିତ କରିବାକୁ କୁହାଯାଇଛି।

ଗୁଗଲ ବିରୋଧରେ ନ୍ୟୁଜ୍ ବ୍ରୋଡକାଷ୍ଟର୍ ଏବଂ ଡିଜିଟାଲ୍ ଆସୋସିଏସନ୍ ଦ୍ୱାରା ଅଭିଯୋଗ ଆସିବା ପରେ ଏହି ଆଦେଶ ଆସିଥିଲା। ଆସୋସିଏସନ ଅଭିଯୋଗ କରିଛି ଯେ ଏହାର ସଦସ୍ୟମାନେ ସର୍ଚ୍ଚ ଇଞ୍ଜିନ୍ ଫଳାଫଳ ପୃଷ୍ଠାରେ ସେମାନଙ୍କର ୱେବ ଲିଙ୍କକୁ ପ୍ରାଥମିକତା ଦେବା ପାଇଁ ଗୁଗଲକୁ ସେମାନଙ୍କର ସମାଚାର ବିଷୟବସ୍ତୁ ପ୍ରଦାନ କରିବାକୁ ବାଧ୍ୟ କରାଯାଉଥିଲା।

ସୂଚନା ଥାଉକି ଯେ ଗୁଗଲ କ୍ରମାଗତ ଭାବରେ ସନ୍ଦେହ ଘେରରେ ଥାଏ। ଭାରତ ବ୍ୟତୀତ କମ୍ପାନୀ ୟୁରୋପ, ଆମେରିକା ଏବଂ ଦକ୍ଷିଣ କୋରିଆରେ ମଧ୍ୟ ଅଭିଯୋଗର ସମ୍ମୁଖୀନ ହୋଇଛି। ୟୁରୋପରେ ତାଙ୍କ ବିରୋଧରେ ଅଭିଯୋଗ ରହିଛି ଯେ କମ୍ପାନୀ ଗୁଗଲ୍ ସପିଂକୁ ସର୍ଚ୍ଚ କରିବାରେ ଅଧିକ ପ୍ରୋତ୍ସାହିତ କରୁଛି। ଏଥି ସହିତ ନିଜ ଆପକୁ ପ୍ରାଥମିକତା ଦେବା ଏବଂ ଅନଲାଇନ୍ ବିଜ୍ଞାପନରେ ପ୍ରତିଯୋଗିତା ସମାପ୍ତ କରିବାର ଅଭିଯୋଗ ରହିଛି। ଯୁକ୍ତରାଷ୍ଟ୍ରରେ କମ୍ପାନୀ ସର୍ଚ୍ଚ ଏବଂ ଗୁଗଲ ପେ ସେବାରେ ନିର୍ଦ୍ଦିଷ୍ଟ ଫଳାଫଳକୁ ପ୍ରାଧାନ୍ୟ ଦେଉଥିବା ଅଭିଯୋଗ ହୋଇଛି। ଏହି ମାମଲାରେ କମ୍ପାନୀକୁ କୋଟି କୋଟି ଟଙ୍କା ଜରିମାନା କରାଯାଇଛି।

Leave A Reply

Your email address will not be published.