Latest Odisha News

Google Incognitoରେ ଆପଣଙ୍କ ସିକ୍ରେଟ୍ ସର୍ଚ୍ଚ ସାଜିପାରେ ସମସ୍ୟା ! ଏହିପରି ଡିଲିଟ୍ କରନ୍ତୁ ହିଷ୍ଟ୍ରି

ନୂଆଦିଲ୍ଲୀ: ଆମମାନଙ୍କ ମଧ୍ୟରୁ ଅନେକ ଭାବନ୍ତି ଯେ ଗୁଗୁଲ୍ ଇନକଗ୍ନିଟୋ କିମ୍ବା ଅନ୍ୟ ବ୍ରାଉଜରର ବ୍ୟକ୍ତିଗତ ମୋଡରେ କୌଣସି ତଥ୍ୟ ସର୍ଚ୍ଚ କଲେ ବ୍ରାଉଜିଂ ହିଷ୍ଟ୍ରିରେ ଷ୍ଟୋର ହୋଇ ରହେ ନାହିଁ। ଏହା ଭାବିବା ଭୁଲ। କାରଣ ଗୁପ୍ତ ବା ଇନକଗ୍ନିଟୋ ମୋଡରେ ମଧ୍ୟ ଆପଣ ଯାହା ସର୍ଚ୍ଚ କରିବେ ତାହା ବ୍ରାଉଜିଂ ହିଷ୍ଟ୍ରିରେ ସେଭ୍ ହୋଇ ରହେ। ତେଣୁ ଏଥିପ୍ରତି ଆପଣଙ୍କୁ ସାବଧାନ ରହିବା ଆବଶ୍ୟକ।

ୱିଣ୍ଡୋଜ୍ ଅପରେଟିଂ ସିଷ୍ଟମରେ, ଆପଣ ସହଜରେ ଇନକଗ୍ନିଟୋ ମୋଡର ସର୍ଚ୍ଚ ହିଷ୍ଟ୍ରି ଦେଖିପାରିବେ। ଆମ ବ୍ରାଉଜିଂ ହିଷ୍ଟ୍ରି କୌଣସି ବ୍ୟକ୍ତିଙ୍କ ଯେପରି ନଦେଖିପାରନ୍ତି, ସେଥିଲାଗି ଆମେ ଇନକଗ୍ନିଟୋ ବ୍ୟବହାର କରୁ। କିନ୍ତୁ ଏସମସ୍ତ ତଥ୍ୟ ମଧ୍ୟ ବ୍ୟାକରାଉଣ୍ଡରେ ସେଭ୍ ହୋଇଯାଏ। ତେବେ ଆସନ୍ତୁ ଜାଣିବା କିପରି ଇନକଗ୍ନିଟୋ (Incognito) ହିଷ୍ଟ୍ରି ଡିଲିଟ କରିବେ..

ଇନକଗ୍ନିଟୋର ସେଭ୍ ହିଷ୍ଟ୍ରି ଡୋମେନ୍ ନେମ୍ ସିଷ୍ଟମ୍ (DNS) ରେ ସେଭ୍ ହୋଇଥାଏ। ଏହା ହେଉଛି ସେହି ସ୍ଥାନ ଯେଉଁଠାରୁ ଆପଣଙ୍କୁ ସର୍ଚ୍ଚ ତଥ୍ୟ ଡିଲିଟ କରିବାକୁ ପଡିବ। ଯେତେବେଳେ ଆପଣ ଇଣ୍ଟରନେଟରେ କିଛି ସର୍ଚ୍ଚ କରନ୍ତି, ସେତେବେଳେ ବ୍ରାଉଜରକୁ ଏକ ସାଇଟକୁ ଯିବାକୁ ୟୁଆରଏଲ (URL)ର ଆବଶ୍ୟକତା ନୁହେଁ ବରଂ ସାଇଟର ଆଇପି ଆଡ୍ରେଶ ବା ଠିକଣା ଆବଶ୍ୟକ। ଡିଏନଏସ ବ୍ରାଉଜର୍ ପାଇଁ ଏକ ସାଇଟର ଆଇପି ଠିକଣା ସର୍ଚ୍ଚ କରେ। ତେଣୁ, ୱେବସାଇଟର ତଥ୍ୟ ଡିଏନଏସରେ ସଂଗୃହିତ ହୋଇ ରହିଥାଏ। ଯେତେବେଳେ ଆପଣ ଗୁଗୁଲ୍ ଇନକଗ୍ନିଟୋ ଟ୍ୟାବ୍ ବ୍ୟବହାର କରନ୍ତି ଡିଏନଏସ ପ୍ରକ୍ରିୟା ଜାରି ରହିଥାଏ।

ଆପଣଙ୍କର ଇଣ୍ଟରନେଟ୍ ସର୍ଚ୍ଚ ତଥ୍ୟ ସ୍ଥାନୀୟ ଭାବରେ ଡିଏନଏସ କ୍ୟାଚ୍ (Cache) ଗଚ୍ଛିତ ହୋଇ ରହିଥାଏ। ଯେତେବେଳେ ଆପଣ ପରବର୍ତ୍ତୀ ସମୟରେ ବ୍ୟବହୃତ ୱେବସାଇଟ୍ ପରିଦର୍ଶନ କରନ୍ତି, ସେହି ସମୟରେ ବ୍ରାଉଜର୍ ଆପଣଙ୍କୁ ଶୀଘ୍ର ସାଇଟକୁ ନେଇଯାଏ। କାରଣ ୱେବସାଇଟର ତଥ୍ୟ ଡିଏନଏସ କ୍ୟାଚରେ ପୂର୍ବରୁ ଗଚ୍ଛିତ ରହିଥାଏ।

ଇନକଗ୍ନିଟୋ ହିଷ୍ଟ୍ରି: ସର୍ଚ୍ଚ ତଥ୍ୟ ଏହିପରି ଦେଖାଯିବ-

  • ଇନକଗ୍ନିଟୋ ହିଷ୍ଟ୍ରି ଦେଖିବାକୁ ହେଲେ ଆପଣଙ୍କୁ ପ୍ରଥମେ ୱିଣ୍ଡୋଜ୍ ସର୍ଚ୍ଚ ବାର୍ ରେ ସର୍ଚ୍ଚ କରି କମାଣ୍ଡ୍ ପ୍ରମ୍ପ୍ଟ ଖୋଲିବାକୁ ପଡିବ।
  • ବର୍ତ୍ତମାନ ipconfig / displaydns କମାଣ୍ଡ୍ ଲେଖନ୍ତୁ ଏବଂ ଏଣ୍ଟର୍ କ୍ଲିକ୍ କରନ୍ତୁ।
  • ଏଠାରେ ଆପଣ (DNS Cache) ଡିଏନଏସ କ୍ୟାଚ୍ ଇତିହାସ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇବେ।

ଇନକଗ୍ନିଟୋ ସର୍ଚ୍ଚ: ଏହିପରି ହିଷ୍ଟ୍ରି ଡିଲିଟ୍ କରନ୍ତୁ-

  • ଇନକଗ୍ନିଟୋ ହିଷ୍ଟ୍ରିର ତଥ୍ୟ ଡିଲିଟ କରିବାକୁ ହେଲେ ପ୍ରଥମେ ୱିଣ୍ଡୋଜ୍ ଅପରେଟିଂ ସିଷ୍ଟମର କମାଣ୍ଡ୍ ପ୍ରମ୍ପ୍ଟ ଖୋଲନ୍ତୁ।
  • ଡିଏନଏସକୁ କ୍ଲିୟର କରିବାକୁ ipconfig / flushdns କମାଣ୍ଡ ଟାଇପ୍ କରନ୍ତୁ।
  • ଏହା ପରେ ଆପଣଙ୍କର ଡିଏନଏସ ଏଣ୍ଟ୍ରିଗୁଡିକ ଡିଲିଟ ହୋଇଯିବ ଏବଂ କେହି ବି ଆପଣଙ୍କର ଏହି ବିବରଣୀଗୁଡିକ ଦେଖିବାକୁ ସମର୍ଥ ହେବେ ନାହିଁ।

Comments are closed.