Latest Odisha News

BREAKING NEWS

ଇ-ମେଲ ପଠାଇ ଭାରତରେ ୪୫୦ କର୍ମଚାରୀ ଛଟେଇ କଲା ଗୁଗଲ

ନୂଆଦିଲ୍ଲୀ: ପୁଣି କର୍ମଚାରୀ ଛଟେଇ କଲା ଗୁଗଲ। ଭାରତରେ କମ୍ପାନୀ ବିଭିନ୍ନ ବିଭାଗରୁ ୪୫୩ କର୍ମଚାରୀଙ୍କ ଛଟେଇ କରିଛି। ଗୁଗଲ ଇ-ମେଲ୍ ଦେଇ କର୍ମଚାରୀମାନଙ୍କୁ ଚାକିରି ଛଟେଇ କରିଥିବା ସୂଚନା ମିଳିଛି। ଗୁରୁବାର ବିଳମ୍ବିତ ରାତିରେ କର୍ମଚାରୀଙ୍କୁ ଛଟେଇ ନେଇ ମେଲ୍ ପଠାଇଥିଲା କମ୍ପାନୀ। ସକାଳୁ ମେଲ୍ ଦେଖିଲା ବେଳକୁ କର୍ମଚାରୀଙ୍କୁ ଚାକିରି ଯାଇସାରିଥିଲା।  ଭାରତରେ ଗୁଗୁଲ ମୁଖ୍ୟ ତଥା ଉପସଭାପତି ସଞ୍ଜୟ ଗୁପ୍ତା ଏହି ସୂଚନା ଦେଇଛନ୍ତି।

ଗତ ମାସରେ ଗୁଗଲଙ୍କ ମୂଳ କମ୍ପାନୀ ଆଲଫାବେଟ୍ ଇଙ୍କ ବିଶ୍ୱ ସ୍ତରରେ ୧୨ ହଜାର କର୍ମଚାରୀ ଓ ମୋଟ ୬ ପ୍ରତିଶତ କର୍ମଚାରୀ ଛଟେଇ କରିବେ ବୋଲି ଘୋଷଣା କରିଥିଲା। ତେବେ ଏହି ଯେଉଁ ୪୫୩ ଛଟେଇ ଏହି ୧୨ ହଜାର ଭିତରେ ଆସୁଛି କି ନା ସେ ନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ସୂଚନା ଥାଉକି କେବଳ ଗୁଗଲ ନୁହେଁ ଆମାଜାନ ମଧ୍ୟ ୧୮ ହଜାର ଛଟେଇ କରିବ ବୋଲି ଯୋଜନା କରୁଛି। ପୂର୍ବରୁ କମ୍ପାନୀ ୧୦ ହଜାର ଛେଟେଇ କରିବ ବୋଲି ଘୋଷଣା କରିଥିଲା। ସେହିପିର ଫେସ୍‌ବୁକ୍‌ କମ୍ପାନୀ ମେଟ ମଧ୍ୟ ୧୩ ହଜାର କର୍ମଚାରୀ ଛଟେଇ କରିଛି। ଗୁଗଲ ସିଇଓଙ୍କ ପରି ମେଟା ସିଇଓ ମାର୍କ ଜୁକରବର୍ଗ ମଧ୍ୟ ଛଟେଇ ସମ୍ପର୍କରେ ନିଜେ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି।

Comments are closed.