Latest Odisha News

ପୁଣି ଛଟେଇ କରିବ ଗୁଗଲ୍‌: ୩୦,୦୦୦ କର୍ମଚାରୀଙ୍କ ଚାକିରି ସଙ୍କଟରେ 

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଟପ୍ ସର୍ଚ୍ଚ ଇଞ୍ଜିନ ଗୁଗଲର କର୍ମଚାରୀଙ୍କ ଚାକିରିକୁ ନେଇ ଆସିଛି ଏକ ବଡ଼ ଖବର । ଚଳିତବର୍ଷ ଗୁଗଲରୁ ୧୨ ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରାଯାଇଥିବା ବେଳେ ପୁଣି ଥରେ ହଜାର ହଜାର କର୍ମଚାରୀଙ୍କ ଚାକିରି ପ୍ରତି ସଙ୍କଟ ଦେଖାଦେଇଛି । ୩୦ ହଜାର କର୍ମଚାରୀ କାମ କରୁଥିବା ଆଡ-ସେଲ୍ସ ୟୁନିଟକୁ କମ୍ପାନୀ ପୁନର୍ଗଠନ କରିବା ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି ।

‘ଆଲ୍‌ଫାବେଟ୍‌’ ମାଲିକାନାରେ ଥିବା ଗୁଗଲ୍‌ ତା’ର ବିଜ୍ଞାପନ ବା ‘ଆଡ୍‌ ସେଲ୍‌ସ୍‌ ୟୁନିଟ୍‌’କୁ ପୁର୍ନବ୍ୟବସ୍ଥିତ କରିବ ବୋଲି ‘ଦି ଇନ୍‌ଫମେସନ୍‌’ ରିପୋର୍ଟ କରିଛି।ତେବେ ଏହି ଛଟେଇ ନେଇ ଗୁଗଲ ପକ୍ଷରୁ ସ୍ପଷ୍ଟ ଭାବେ କୌଣସି ସୂଚନା ଜାରି କରାଯାଇ ନାହିଁ । ଅନ୍ୟପକ୍ଷରେ ୩୦ ହଜାର କର୍ମଚାରୀଙ୍କୁ ନେଇ ଗଠିତ ବିଭାଗକୁ କମ୍ପାନୀ ପୁନର୍ଗଠନ କରିବା ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି । ପୂର୍ବରୁ କମ୍ପାନୀ ୧୨ ହଜାର କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରିଥିବା ବେଳେ ଏଥର ପୂର୍ବ ରେକର୍ଡ ଟପିବାର ସମ୍ଭାବନା ରହିଛି । ଏଭଳି ସ୍ଥିତିରେ ହଜାର ହଜାର କର୍ମଚାରୀ ଏବେ ସେମାନଙ୍କର ଚାକିରିର ଭବିଷ୍ୟତକୁ ନେଇ ଆଶଙ୍କା ମଧ୍ୟରେ ରହିଛନ୍ତି ।

ସୂଚନାଯୋଗ୍ୟ, ଏହା ହେଉଛି ବର୍ଷ ୨୦୨୩ରେ ଗୁଗଲର କର୍ମଚାରୀ ସଂଖ୍ୟା ହ୍ରାସ ଲାଗି ୪ର୍ଥ ଉଦ୍ୟମ। ହଜାର ହଜାର ପଦବୀ ଉଚ୍ଛେଦ କରାଯିବ ବୋଲି ଜାନୁଆରି ମାସରେ କହି ଶେଷରେ ପ୍ରାୟ ୧୨,୦୦୦ କର୍ମଚାରୀଙ୍କୁ ଛଟେଇ ଗୁଗଲ୍‌ ଛଟେଇ କରିଥିଲା।

ଗୁଗଲ କ୍ରମାଗତ ଭାବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ନିବେଶ କରିବାରେ ଲାଗିଛି । ତେଣୁ ଏଆଇର ବ୍ୟବହାର ପରଠାରୁ ପ୍ରତ୍ୟେକ ସ୍ଥାନରେ ଲୋକଙ୍କ ଚାକିରି ଉପରେ ଆଶଙ୍କା ସୃଷ୍ଟି ହୋଇଛି । ଯଦି କମ୍ପାନୀ କର୍ମଚାରୀଙ୍କୁ ଚାକିରିରୁ ଛଟେଇ ନକରେ, ତେବେ ସେମାନଙ୍କୁ ଅନ୍ୟ ବିଭାଗକୁ ସ୍ଥାନାନ୍ତର କରିପାରେ ।

Leave A Reply

Your email address will not be published.