ନୂଆଦିଲ୍ଲୀ: ବଦଳୁଥିବା ପାଣିପାଗ ସହିତ ଦ୍ଵାର ମୁହଁରେ ପହଞ୍ଚିଲାଣି ଶୀତ । ଚାରିଆଡେ କୁହୁଡିର ଧଳା ଚାଦର । ଧୁଆଁ ଧୁଆଁ ପାହାନ୍ତି ସକାଳ । ଶୀତ ଋତୁ ପୂର୍ବରୁ ଦିଲ୍ଲୀ-ଏନସିଆରରେ ଦେଖିବାକୁ ମିଳିଛି ଧୂଆଁ ସଦୃଶ୍ୟ କୁହୁଡି । ତେବେ କହିରଖୁଛୁ ଯେ ଏହି କୁହୁଡି ଋତୁ କାଳୀନ ନୁହେଁ ଦିଲ୍ଲୀ ବାୟୁ ପ୍ରଦୂଷଣ କାରଣରୁ ଏପରି ଦେଖିବାକୁ ମିଳିଛି । ଦିନକୁ ଦିନ ଦିଲ୍ଲୀରେ ବାୟୁ ଗୁଣବତ୍ତା ଖରାପ ହେବାରେ ଲାଗିଛି । ତେବେ ଏହି ଖରାପ ବାୟୁ ଗୁଣବତ୍ତାକୁ ଦେଖି ଗୁଗୁଲ ତା’ର ବ୍ୟବହାରକାରୀଙ୍କ ପାଇଁ ଏକ ସ୍ଵତନ୍ତ୍ର ଫିଚର ଆଣିଛି । ଏହି ଫିଚର ସାହାଯ୍ୟରେ, ଆପଣ ଘରେ ବସି ମଧ୍ୟ ଯେକୌଣସି ସ୍ଥାନର ରିଅଲ ଟାଇମ୍ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI)ର ତଥ୍ୟ ପାଇପାରିବେ । ଏହି ଫିଚର ସାହାର୍ଯ୍ୟରେ ଚୁଟକିରେ ଆପଣଙ୍କ ମୋବାଇଲରେ ଯେକୌଣସି ସ୍ଥାନର ବାୟୁ ଗୁଣାବତ୍ତାର ସୂଚନା ପାଇପାରିବେ ।
ଗୁଗଲ୍ ମ୍ୟାପରେ ଏହି ଫିଚର ଉପଲବ୍ଧ । ଏପର୍ଯ୍ୟନ୍ତ ଏହି ଫିଚର ୪୦ ଟି ଦେଶରେ ଉପଲବ୍ଧ । ଖାସ କରି ଏହି ଫିଚର ବୁଲାବୁଲି କରିବାକୁ ଯାଉଥିବା ଲୋକଙ୍କ ପାଇଁ ଏହି ଫିଚର ବିଶେଷ ଉପଯୋଗୀ । ଯଦି ଆପଣ କୌଣସି ସ୍ଥାନକୁ ଯାଉଛନ୍ତି, ତେବେ ଯିବା ପୂର୍ବରୁ ଏହି ଫିଚର ମାଧ୍ୟମରେ ଆପଣ ସେଠାକାର ବାୟୁ ଗୁଣାବତ୍ତା ବିଷୟରେ ଜାଣିପାରିବେ ।
କିପରି କରିବେ ଏହି ଫିଚରର ବ୍ୟବହାର
- ସର୍ବପ୍ରଥମେ, ଆପଣଙ୍କର ସ୍ମାର୍ଟଫୋନରେ ଥିବା ଗୁଗୁଲ୍ ମ୍ୟାପ୍ ଆପକୁ ଅପଡେଟ୍ କରନ୍ତୁ ।
- ଏହା ପରେ, ସର୍ଚ୍ଚ ବାରରେ ଯେଉଁ ସ୍ଥାନର ବାୟୁ ଗୁଣବତ୍ତା ଜାଣିବାକୁ ଚାହୁଁଛନ୍ତି ସେହି ସ୍ଥାନର ନାମ ଲେଖି ସର୍ଚ୍ଚ କରନ୍ତୁ ।
- ଏହାପରେ ଖୋଲିଯିବ ଆପଣ ସର୍ଚ୍ଚ କରିଥିବା ସ୍ଥାନର ମାନଚିତ୍ର ।
- ଏହାପରେ ସର୍ଚ୍ଚ ବାର୍ ନିକଟରେ ଏକ ବର୍ଗାକାର ‘ଷ୍ଟାକ୍’ ଆଇକନ୍ ଦେଖିବେ । ସେହି ଆଇକନ୍ ଉପରେ କ୍ଲିକ୍ କରନ୍ତୁ ।
- ଏହା ପରେ, ଆପଣଙ୍କ ସାମ୍ନାରେ ଅନେକ ବିକଳ୍ପ ଖୋଲିଯିବ । ଯେଉଁଥିରୁ ଆପଣ ‘ବାୟୁ ଗୁଣବତ୍ତା’ ଚୟନ କରିବାର ବିକଳ୍ପ ପାଇବେ ।
- ଏହାପରେ ସେହି ଆଇକନ ଉପରେ କ୍କିକ କରନ୍ତୁ ।
- ଏହାପରେ ଆପଣଙ୍କ ସର୍ଚ୍ଚ କରିଥିବା ସ୍ଥାନ ସହ ୦ ରୁ ୫୦୦ ପର୍ଯ୍ୟନ୍ତ ସଂଖ୍ୟା ଦେଖିବେ । ଏହି ସଂଖ୍ୟାର ମଝିରେ ଏକ ଧଳା ବିନ୍ଦୁ ଥିବ, ଯେଉଁଥିରୁ ଆପଣଙ୍କ ଉକ୍ତ ଅଞ୍ଚଳର ବାୟୁ ଗୁଣାବତ୍ତା ବିଷୟରେ ଜାଣିପାରିବେ ।