Latest Odisha News

ହାପି ବାର୍ଥ ଡେ ଶ୍ରୀଦେବୀ: ନିଆରା ଢଙ୍ଗରେ ଅଭିନେତ୍ରୀଙ୍କ ଜନ୍ମଦିନ ପାଳିଲା ଗୁଗଲ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଶ୍ରୀଦେବୀ । ସେ ଆଜି ଆମ ଗହଣରେ ନାହାଁନ୍ତି । କିନ୍ତୁ ତାଙ୍କ ଅଭିନୟକୁ ଆଜି ବି ଭୁଲି ପାରୁ ନାହାଁନ୍ତି ଲୋକେ । ଶ୍ରୀଦେବୀ ତାଙ୍କ କ୍ୟାରିୟରରେ ବଲିଉଡକୁ ଏକାଧିକ ହିଟ୍ ମୁଭି ଦେଇଛନ୍ତି। ସେ ସିନେ ଜଗତର ପ୍ରଥମ ଲେଡି ସୁପରଷ୍ଟାର ଥିଲେ । ଆଜି ତାଙ୍କ ଜନ୍ମ ବାର୍ଷିକୀ । ୧୯୬୩, ୧୩ ଅଗଷ୍ଟରେ  ତାମିଲନାଡୁର ମୀନାପାଟ୍ଟୀରେ ଜନ୍ମଗ୍ରହଣ କରିଥିଲେ ଶ୍ରୀଦେବୀ। ସେ ଆଜି ଆମ ସହିତ ନ ଥିଲେ ବି ତାଙ୍କର ଅଭିନୟର ଜଲୱାକୁ ଆଜିବି ଭୁଲି ପାରୁ ନାହାଁନ୍ତି ଲୋକେ ।

ଆଜି ଶ୍ରୀଦେବୀଙ୍କ ଜନ୍ମଦିନ ପରିପ୍ରେକ୍ଷୀରେ ଗୁଗଲ ମଧ୍ୟ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ସେଲିବ୍ରେଟ କରିଛି । ଏଥିସହ ଅଭିନେତ୍ରୀଙ୍କ ପାଇଁ ଏକ ସ୍ପେଶାଲ ନୋଟ୍ ମଧ୍ୟ ସେୟାର କରିଛି । ଗୁଗୁଲ୍ Colourful Doodle ସହ ଶ୍ରୀଦେବୀଙ୍କ ଚିତ୍ର ସେୟାର କରି ସ୍ବର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଜନ୍ମଦିନ ପାଳନ କରିଛି । ଏଥିସହ ଏକ ହୃଦୟସ୍ପର୍ଶୀ ନୋଟ୍ ମଧ୍ୟ ସେୟାର କରିଛି । ଗୁଗୁଲ ଏହି ଡୁଡୁଲ୍ ଚିତ୍ର ପାଇଁ ମୁମ୍ବାଇର ଗେଷ୍ଟ୍ କଳାକାର ଭୂମିକା ମୁଖାର୍ଜୀଙ୍କୁ ଶ୍ରେୟ ଦେଇଛି । ଏଥିସହ ଗୁଗୁଲ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶ୍ରୀଦେବୀଙ୍କ ସୁନ୍ଦର ଯାତ୍ରା ବିଷୟରେ ସୂଚନା ସେୟାର କରିଛି ।

ଶ୍ରୀଦେବୀ ପିଲାଦିନରୁ ଚଳଚ୍ଚିତ୍ରକୁ ଭଲ ପାଉଥିଲେ ଏବଂ ୪ ବର୍ଷ ବୟସରେ ତାମିଲ ଚଳଚ୍ଚିତ୍ର’ କନ୍ଧନ କରୁଣାଇ’ରୁ ଫିଲ୍ମି କ୍ୟାରିଅର ଆରମ୍ଭ କରିଥିଲେ । ଶ୍ରୀଦେବୀ ଅନେକ ସାଉଥ ଇଣ୍ଡିଆନ ଭାଷା ଶିଖିଥିଲେ, ଯାହା ତାଙ୍କୁ ଭାରତର ଅନ୍ୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କାମ କରିବାର ସୁଯୋଗ ଦେଇଥିଲା । ଅଭିନୟକୁ ଭଲ ପାଉଥିବା ଶ୍ରୀଦେବୀ ୧୦୩ ଡିଗ୍ରୀ ଜ୍ବରରେ ପୀଡିତ ଥିବା ସମୟରେ ଫିଲ୍ମ ଚାଲବାଜ୍ ର ଏକ ଗୀତ ମଧ୍ୟ ସୁଟିଂ କରିଥିଲେ।  ଅଭିନୟ ବ୍ୟତୀତ ଶ୍ରୀଦେବୀ ଗୀତ ଗାଇବାକୁ ମଧ୍ୟ ଭଲ ପାଉଥିଲେ। ସେ ‘ଚାନ୍ଦନୀ’, ‘ସାଦ୍ମା’, ‘କ୍ଷଣ କ୍ଷଣମ୍’ ଏବଂ ‘ଗରଜାନା’ ଭଳି ଫିଲ୍ମ ପାଇଁ ଗୀତ ଗାଇଛନ୍ତି।

ଶ୍ରୀଦେବୀ ୧୯୯୬ ମସିହାରେ ଦୁଇ ସନ୍ତାନର ପିତା ବୋନି କପୁରଙ୍କୁ ବିବାହ କରିଥିଲେ । ୨୦୧୮, ୨୪ ଫେବୃଆରୀରେ ଶ୍ରୀଦେବୀ ଏହି ଦୁନିଆକୁ ସବୁଦିନ ପାଇଁ ଅଲବିଦା କହିଥିଲେ। ଦୁବାଇର ଏକ ହୋଟେଲରେ ବାଥଟବରେ ବୁଡ଼ିଯିବା କାରଣରୁ ଅଭିନେତ୍ରୀଙ୍କ ମୃତ୍ୟୁ ଘଟିଥିଲା। ହେଲେ ଦେହାନ୍ତ ହେବାର ୫ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ମନେପଡନ୍ତି ହାୱା ହାୱାଇ ଗାର୍ଲ ଶ୍ରୀଦେବୀ ।

 

 

 

 

 

Comments are closed.