Latest Odisha News

BREAKING NEWS

ଜାଣନ୍ତୁ କାରଣ: ଗୁଗୁଲରେ ‘ଭିକାରୀ’ ସର୍ଚ୍ଚ କଲେ ଆସୁଛି ପାକ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଫଟୋ !

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନ ଭାରତ ପ୍ରତି ହୋଇ ପଡ଼ିଛି ରକ୍ତମୁହାଁ । ଦାଣ୍ଡର ଭିକାରୀ ପରି ବିଶ୍ୱ ସମୁଦାୟରେ କାଶ୍ମୀର ପ୍ରସଙ୍ଗକୁ ନେଇ ସମର୍ଥନ ଲୋଡ଼ିବାରେ ଲାଗିଛି । ଚୀନ ନେତୃତ୍ୱରେ ୯ଟି ରାଷ୍ଟ୍ରଙ୍କ ସମର୍ଥନ ମଧ୍ୟ ଜୁଟାଇ ପାରିଲେନି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଏବେ ଭୋକ ବିକଳରେ ତାଡ଼ିଆ କାମୁଡ଼ିବା ସାର ପରି ସୀମାନ୍ତରେ ପାକ୍ ସେନା ଦ୍ୱାରା ଗୁଳିଗୋଳା ଜାରି ରଖି ଅସ୍ତ୍ରବିରତିକୁ ଉଲଂଘନ କରିବାରେ ଲାଗିଛି ପଡ଼ୋଶୀ ପାକିସ୍ତାନ । ସବୁଠାରୁ ମଜାଦାର କଥା ହେଉଛି, ଏବେ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲରେ ଇଂରାଜୀରେ ‘ଭିକାରୀ’ ଲେଖିଲାମାତ୍ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫଟୋ ଆସୁଛି । ଏମିତି ଫଟୋ କାହିଁକି ଆସୁଛି ତାହାର କାରଣ ଏବେ ଇଣ୍ଟେରନେଟ ୟୁଜର୍ସ ଖୋଜି ଚାଲିଛନ୍ତି ।

ଗୁଗଲରେ ଭିକାରୀ ଲେଖିବା ମାତ୍ରେ ତାଟିଆ ଧରି ଇମ୍ରାନଙ୍କ ଏକ ଫଟୋ ଆସୁଛି । ଆଉ ଏକ ଫଟୋରେ ଇମ୍ରାନ ରାସ୍ତାରେ ବସି ଭିକ ମାଗୁଥିବାର ଦୃଶ୍ୟ ରହିଛି ।

ଇମ୍ରାନ ଖାନ୍ ଭିକ ମାଗୁଥିବା ଫଟୋ ଗୁଗୁଲରେ ଆସୁଥିଲେ ବି କେହି ଜଣେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ଏଡ଼ିଟିଂ କରି ଏପରି କରିଥାଏ ପାରେ ବୋଲି ଚର୍ଚ୍ଚା ହେଉଛି । ତେବେ କିଏ ଏହି ପ୍ରକାର ଫଟୋ କ’ଣ ପାଇଁ ଏପରି ଅପଲୋଡ଼ କରିଛି ଏବଂ ଗୁଗୁଲ ପରି ସର୍ଚ୍ଚ ଇଞ୍ଜିନରେ ଇମ୍ରାନଙ୍କ କାଙ୍ଗାଳ ହୋଇ ଭିକ ମାଗିବା ଫଟୋ କାହିଁକି ଆସୁଛି ତାହାର କାରଣ ଏଯାଏଁ ଜଣା ପଡୁନାହିଁ ।

ଆପଣ ଯଦି ଏହାର ସତ୍ୟାସତ୍ୟ ଜାଣିବାକୁ ଚାହୁଁଛନ୍ତି ତେବେ ଗୁଗୁଲ୍ ସର୍ଚ୍ଚ ଇଞ୍ଜିନରେ ଇଂରାଜୀରେ ଲେଖନ୍ତୁ ଭିକାରୀ, ତା’ପରେ ଦେଖିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଏକ ଫଟୋ । ମାତ୍ର ଇମ୍ରାନଙ୍କୁ ଏହି ଗୁଗୁଲ୍ ସର୍ଚ୍ଚ ପୃଷ୍ଠାରେ ଏକ ଭିକ୍ଷା ଥାଳ ଧରିଥିବାର ଫଟୋ ଦେଖିବାକୁ ପାଇବେ ।

ରବିବାର ଦିନ ସର୍ଚ୍ଚ ଇଞ୍ଜିନରେ ଏହା ଦେଖିବାକୁ ମିଳିବା ପରେ ଏହି ଘଟଣାକୁ ନେଇ ବିଭିନ୍ନ ଫଟୋ ସେୟାର୍ କରିଛନ୍ତି ୟୁଜର୍ସମାନେ । ଏହାକୁ ନେଇ ଅନେକ ସୋସିଆଲ ମିଡ଼ିଆରେ କୌତୁହଳପୂର୍ଣ୍ଣ ପୋଷ୍ଟିଂ ଦେଖିବାକୁ ମିଳିଛି ।

ଦେଖିବାକୁ ଗଲେ ଏବେ ପାକିସ୍ତାନ ଚରମ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ହୁଏତ କୌଣସି ପାକିସ୍ତାନୀ ନାଗରିକ ପାକିସ୍ତାନ ଶାସନରେ ବିକ୍ଷୋଭ ପ୍ରଦର୍ଶନ କରି ଏହିପରି ସର୍ଚ୍ଚ ଇଞ୍ଜିନରେ କିଛି କାରସାଦି କରିବା ସହିତ ଏହି ଫଟୋ ଅପଲୋଡ଼ କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ମଧ୍ୟ ହେଉଛି ।

Leave A Reply

Your email address will not be published.