Latest Odisha News

ଡେଟା ଚୋରି କରୁଛି ବ୍ରାଉଜର ଏକ୍ସଟେନସନ୍….ଜଲଦି ଡିଲିଟ୍ କରନ୍ତୁ

ନୂଆଦିଲ୍ଲୀ: ଅନେକ ଲୋକ ନିଜ କାମକୁ ସହଜ କରିବା ପାଇଁ ବ୍ରାଉଜରରେ ଏକ୍ସଟେନସନ ଇନଷ୍ଟଲ କରନ୍ତି । କିଛି ଏକ୍ସଟେନସନ୍ ବହୁତ ଉପଯୋଗୀ ଏବଂ କେବଳ ଗୋଟିଏ କ୍ଲିକ୍‌ରେ ଏହା ସେ କାର୍ଯ୍ୟକୁ କରିପାରେ, ଯାହା ସାଧାରଣ ବ୍ରାଉଜରରେ ଟିକିଏ ସମୟ ନେଇଥାଏ ।  କିନ୍ତୁ ଅନେକ ସମୟରେ ଏହି ଏକ୍ସଟେନସନ୍ ବ୍ୟବହାର କରିବା ମହଙ୍ଗା ପଡିପାରେ । ଯାହାକୁ ନେଇ ଏବେ ଗୁଗୁଲ୍, କ୍ରୋମ୍ ବ୍ୟବହାରକାରୀଙ୍କୁ ଚେତାବନୀ ଦେଇଛି । କମ୍ପାନୀ ବ୍ୟବହାର ହେଉଥିବା, ୧୬ଟି ଏକ୍ସଟେନସନର ଏକ ତାଲିକା ଜାରି କରିଛି ଏବଂ ବ୍ୟବହାରକାରୀମାନଙ୍କୁ ତୁରନ୍ତ ସେଗୁଡ଼ିକୁ ଡିଲିଟ୍ କରିବାକୁ ପରାମର୍ଶ ଜାରି କରିଛି ।

ଏହାକୁ ନେଇ ଗୁଗୁଲ୍ କହିଛି, ସ୍କ୍ରିନ୍ କ୍ୟାପଚର୍, ବିଜ୍ଞାପନ ଅବରୋଧ ଏବଂ ଇମୋଜି କୀବୋର୍ଡ ଭଳି ଉପକରଣ ଥିବା ଭଳି ଥିବା ଏକ୍ସଟେନ୍ସନ୍‌ଗୁଡ଼ିକ ବ୍ରାଉଜର୍‌ରେ ବିପଦପୂର୍ଣ୍ଣ ସ୍କ୍ରିପ୍ଟ ପ୍ରବେଶ କରାଇପାରେ । ଯାହା ଆମ ଡାଟା ଚୋରି ସହିତ ସର୍ଚ୍ଚ-ଇଞ୍ଜିନ୍ ଠକେଇର ଆଶଙ୍କାକୁ ମଧ୍ୟ ବୃଦ୍ଧି କରିପାରେ । ଖାଲି ସେତିକି ନୁହେଁ, ଗୀଟ୍ ଲ୍ୟାବ୍ ଥ୍ରେଟ୍ ଇଣ୍ଟେଲିଜେନ୍ସ ଦ୍ବାରା ପ୍ରକାଶ କରାଯାଇଥିବା ରିପୋର୍ଟ ମଧ୍ୟ କିଛି ସମାନ ଚିନ୍ତା ବ୍ୟକ୍ତ କରିଥିଲା । ରିପୋର୍ଟରେ ଦର୍ଶାଯାଇଥିଲା, ​​ଯେ ଏହି ଏକ୍ସଟେନସନଗୁଡ଼ିକୁ ସାରା ବିଶ୍ୱରେ ୩୨ ଲକ୍ଷ ଲୋକ ବ୍ୟବହାର କରୁଛନ୍ତି ଏବଂ କେହି ବି  ଜଣେ ଏହାକୁ ସହଜରେ ହାଇଜାକ୍ କରିନେଇପାରିବ । ଯାହାର ସାହାଯ୍ୟରେ, ହ୍ୟାକର୍ସମାନେ ଉପଭୋକ୍ତାଙ୍କ ତଥ୍ୟ ଚୋରି କରିପାରିବେ ଏବଂ ସାଇବର ଠକେଇ ମଧ୍ୟ କରିପାରିବେ । ଯାହାକ ନେଇ ଏବେ, ଏହି ଏକ୍ସଟେନସନଗୁଡ଼ିକୁ ତୁରନ୍ତ ଡିଲିଟ୍ କରିବା ପାଇଁ ଏକ ଚେତାବନୀ ଜାରି କରିଛି ଗୁଗୁଲ୍ ।

ତେବେ ଗୁଗୁଲ୍  ହ୍ୟାକରଙ୍କ ଦ୍ବାରା ପ୍ରଭାବିତ ଏକ୍ସଟେନସନଗୁଡ଼ିକର ଏକ ତାଲିକା ପ୍ରକାଶ କରିଛି । ଯେଉଁଥିରେ, ବ୍ଲିପ୍ସଟ୍, ଇମୋଜି କୀବୋର୍ଡ, ୟୁଟ୍ୟୁବ୍ ପାଇଁ ରଙ୍ଗ ପରିବର୍ତ୍ତନକାରୀ, ୟୁଟ୍ୟୁବରେ ଅଡିଓ ବୃଦ୍ଧି କରିପା ପାଇଁ, କ୍ରୋମ୍ ଏବଂ ୟୁଟ୍ୟୁବ୍ ପାଇଁ ଥିମ୍, ପିକଚର୍ ଇନ୍ ପିକଚର୍, କ୍ରୋମ୍ ପାଇଁ ମାଇକ୍ ଆଡ୍ ବ୍ଲକ୍, ସୁପର୍ ଡାର୍କ ମୋଡ୍, କ୍ରେମ୍ ପାଇଁ ଇମୋଜି କୀବୋର୍ଡ, କ୍ରେମ୍ ପାଇଁ ଆଡ୍ ବ୍ଲକର୍, ନିମ୍ବଲ କ୍ୟାପଚର, କେ ପ୍ରକ୍ସି, ପେଜ୍ ରିଫ୍ରେସ୍ । ଓ୍ବିଷ୍ଟିଆ ଭିଡିଓ ଡାଉନଲୋଡର ଏବଂ ଡବ୍ଲୁଏଟୁଲ୍ କିଟ୍ ଭଳି ଏକ୍ସଟେନସନକୁ ଡିଲିଟ୍ କରିବା ପାଇଁ ପରାମର୍ଶ ଦେିଛି । ଯଦି ଆପଣ ବି ଏଭଳି ସବୁ ଏକ୍ସଟେନସନ୍ ବ୍ୟବହାର କରୁଛନ୍ତି, ତାହାଲେ ଆପଣଙ୍କ ଡାଟା ଚୋରି ହୋଇପାରେ । ତୁରନ୍ତ ସେଗୁଡ଼ିକୁ ଡିଲିଟ୍ କରିବା ପରେ ଆଣ୍ଟିଭାଇରସ୍ ସଫ୍ଟୱେର୍ ସହିତ ସେମାନଙ୍କ ସିଷ୍ଟମକୁ ସ୍କାନ କରିବା ଉଚିତ । ଏଗୁଡ଼ିକୁ କ୍ରୋମ୍ ୱେବ୍ ଷ୍ଟୋରରୁ ହଟାଇ ଦିଆଯାଇଛି, କିନ୍ତୁ ବ୍ୟବହାରକାରୀମାନଙ୍କୁ ବ୍ରାଉଜରରୁ ମାନୁଆଲୀ ଡିଲିଟ୍ କରିବାକୁ ପଡିବ  ବୋଲି ପରାମର୍ଶ ଜରି କରିଛି ଗୁଗୁଲ୍ ।

Comments are closed.