Latest Odisha News

BREAKING NEWS

ସାମ୍ନାକୁ ଆସିଲା ଗୋପାଳ ଜମାନବନ୍ଦୀର ଦସ୍ତାବିଜ: ନବଙ୍କ ବାହୁବଳି ସାମ୍ରାଜ୍ୟର କଲା ପର୍ଦ୍ଦାଫାଶ

ଭୁବନେଶ୍ୱର:ନବ ଦାସ ବହୁତ ଅନ୍ୟାୟ କରୁଥିଲା । ଧମକଚମକ ଦେଉଥିଲା ।  ସରକାରୀ କର୍ମଚାରୀ ହେଉ ବାନ ପୋଲିସ, ସମସ୍ତଙ୍କୁ ଧମକ ଦେଇ କାମ ଆଦାୟ କରୁଥିଲା । ଗୁଣ୍ଡାଗିରି କରୁଥିବା ତା ପିଲାମାନେ ଗିରଫ ହେଲେ ସେମାନଙ୍କୁ ଛାଡିଦେବା ପାଇଁ ଚାପ ପକାଉଥିଲା । ଜମାନବନ୍ଦୀବେଳେ ମନ୍ତ୍ରୀ ନବଦାସଙ୍କ ଏଭଳି ବାହୁବଳି ଚରିତ୍ର ବିଷୟରେ କହିଛି ଅଭିଯୁକ୍ତ ଗୋପାଳ ଦାସ ।

କ୍ରାଇମବ୍ରାଞ୍ଚ ଡିଏସପି ରମେଶଚନ୍ଦ୍ର ଦୋରାଙ୍କ ନିକଟରେ ଫେବୃଆରୀ ୧ ତାରିଖରେ ଅଭିଯୁକ୍ତ ଗୋପାଳ ଜମାନବନ୍ଦୀରେ ନବ ଦାସଙ୍କ ହତ୍ୟା ପଛର କାହାଣୀ କହିଛି ।  ନବ ଦାସଙ୍କ ହତ୍ୟା ପଛରେ କାହାର ହାତ ରହିଛି, କି ଷଡଯନ୍ତ୍ର ରହିଛି ତାହାର ପର୍ଦ୍ଦାଫାସ କରିବା ପାଇଁ ବିରୋଧୀ ଦାବି କରୁଥିବାବେଳେ କ୍ରାଇମବ୍ରାଞ୍ଚ ବି ଖୋଳତାଡ କରୁଛି । ତେବେ ଜମାନବନ୍ଦୀରେ ଗୋପାଳର ଏପରି ଜମାନବନ୍ଦୀ ଏହି ତଦନ୍ତ ପ୍ରତି ପ୍ରଶ୍ନବାଚୀ ଉଠାଇଛି ।

ଜଣେ ପୋଲିସ ଅଫିସର ହୋଇ ଗୋପାଳ ବିଜେଡି ଦଳ ଓ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ରକ୍ଷା ନେଇ ଯେ ସେ ଚିନ୍ତିତ ଥିଲା ଏହା ତାର କଥାରୁ ଜଣାପଡୁଛି । ଜମାନବନ୍ଦିରେ ଗୋପାଳ କହିଛି ନବ ଦାସଙ୍କ ଲାଗି କୁଆଡେ ବିଜେଡି ଦଳ ଓ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ ନଷ୍ଟ ହେଉଥିଲା । ତେଣୁ ତାଙ୍କୁ ହତ୍ୟା କଲି ।

ଗୋପାଳ ଆହୁରି କହିଛି, ନବ ଦାସ କୁଆଡେ ଗୁଣ୍ଡା ଲଗେଇ ସମସ୍ତଙ୍କୁ ଧମକାଇ ସବୁ କାମ ନିଜେ କରୁଥିଲା ।  ବାଲି ବେପାର, ଆସ୍ ପରିବହନ ଓ ଅନ୍ୟାନ୍ୟ ଟ୍ରାନ୍ସପୋର୍ଟରେ ତାଙ୍କର ଗାଡ଼ି ଲଗାଇବା ଇତ୍ୟାଦି କରୁଥିଲା । ଏପରିକି  ଧମକଚମକ ଦେଇ ଆଉ କାହାର ଗାଡ଼ି ଚଲେଇ ଦେଉନଥିଲା ।

କ୍ରାଇମବ୍ରାଂଚ ଡିଏସପି ଶ୍ରୀ ଦୋରା ରେକର୍ଡ କରିଥିବା ଗୋପାଳ  ଜମାନବନ୍ଦୀର    ଦସ୍ତାବିଜ ପଦାକୁ ଆସିଛି  । ଏଥିରେ ଗୋପାଳ ନବ ଦାସଙ୍କ ବିରୋଧରେ ବିଷ ଉଗାଳିଛି । ତାଙ୍କ ଗୁଣ୍ଡାଗର୍ଦ୍ଦି ଶାସନର ପର୍ଦ୍ଦାଫାଶ କରିଛି । ନବଙ୍କ ପିଲା କୁଆଡେ ତାଙ୍କୁ ମାରିଦେବା ପାଇଁ ଧମକ ଦେଇଥିବା ବି ସେ କହିଛନ୍ତି ।

Comments are closed.