Latest Odisha News

BREAKING NEWS

ଗୁଜରାଟରୁ ଫେରିଲା ଗୋପାଳ, ଆଜି ସରୁଛି ରିମାଣ୍ଡ ଅବଧି

ଝାରସୁଗୁଡା: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସ ଗୁଜରାଟରୁ ଫେରିଛି। ଗତକାଲି ଭାୟା ରାୟପୁର ହୋଇ ଝାରସୁଗୁଡାକୁ ଫେରିଛି। କଡ଼ା ସୁରକ୍ଷା ମଧ୍ୟରେ ଗୋପାଳ ଦାସକୁ ବିମାନବନ୍ଦର ଥାନାରେ ରଖାଯାଇଛି। ଗାନ୍ଧୀନଗରରୁ ରାୟପୁର ବିମାନବନ୍ଦରରେ ପହଞ୍ଚିବା ପରେ ପୋଲିସ କଡ଼ା ସୁରକ୍ଷାରେ ଆଣି ତାଳପଟିଆ ସ୍ଥିତ ଏଆରପୋର୍ଟ ଥାନାରେ ଗୋପାଳକୁ ରଖାଯାଇଛି।

ଅନ୍ଯପଟେ ଆଜି ଅଭିଯୁକ୍ତର ତୃତୀୟ ପର୍ଯାୟର ୫ ଦିନିଆ ରିମାଣ୍ଡ ଅବଧି ଶେଷ ହେଉଛି। ଆଜି ଜେଏମଏଫସି କୋର୍ଟରେ ଅଭିଯୁକ୍ତଙ୍କୁ ହାଜର କରାଯିବ। ଏଥିସହ ନାର୍କୋ ପରୀକ୍ଷା ରିପୋର୍ଟ ଦାଖଲ କରିବ କ୍ରାଇମବ୍ରାଞ୍ଚ। ତେବେ ଏଥର ପୁଣିଥରେ ରିମାଣ୍ଡରେ ଆଉ ଥରେ ନେବ କି ନାହିଁ କ୍ରାଇମବ୍ରାଞ୍ଚ ତାହା ସ୍ପଷ୍ଟ ହୋଇନି।

ଏହାପୂର୍ବରୁ ଅଭିଯୁକ୍ତର ପଲିଗ୍ରାଫ ଓ ନାର୍କୋ ଟେଷ୍ଟ ହୋଇଛି। ସେହିପରି ଝାରସୁଗୁଡାରେ ଏଲଭିଏ ଟେଷ୍ଟ ସହିତ ମନସ୍ତତ୍ୱବିତଙ୍କ ଦ୍ୱାରା ଗୋପାଳଙ୍କର ମାନସିକ ପରୀକ୍ଷା ହୋଇଛି। ଘଟଣାକୁ ୧୫ ଦିନ ବିତିଛି। ହେଲେ ଏଯାଏ ଅଭିଯୁକ୍ତର ହତ୍ୟାର ଉଦ୍ଦେଶ୍ୟ ସ୍ପଷ୍ଟ କରିନି କ୍ରାଇମବ୍ରାଞ୍ଚ।

ନାର୍କୋ ଟେଷ୍ଚ ବେଳେ ଅଭିଯୁକ୍ତ ଅନେକ ପ୍ରଶ୍ନର ଉତ୍ତର ଦେଇଛି। ଯାହା ତଦନ୍ତକାରୀ ଟିମକୁ ତଦନ୍ତରେ ଅନେକ ସହଯୋଗ କରିବ ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ଜଣଙ୍କ ମନ୍ତ୍ରୀଙ୍କ ଉପରେ ରାଗ ରଖିବାକୁ ଯାଇ ୨ ମାସ ହେବ ଔଷଧ ଖାଉନଥିଲେ। ଗୋପାଳ ଜଣେ ମାନସିକ ରୋଗୀ ବୋଲି  ତାଙ୍କ ପରିବାର ଲୋକେ ଦାବି କରୁଛନ୍ତି।

 

Leave A Reply

Your email address will not be published.