ବ୍ରହ୍ମପୁର: ଆସନ୍ନ ବାତ୍ୟାକୁ ନେଇ ଗୋପାଳପୁର ସମୁଦ୍ରରେ ଉଚ୍ଚ ଜୁଆର ସହ ଅଶାନ୍ତ ରହିବାର ଆଶଙ୍କା ରହୁଛି। ଏଣୁ ଏହାକୁ ନଜରରେ ରଖି ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଗୋପାଳପୁର ପୋଲିସ ରବିବାର ସନ୍ଧ୍ୟା ଠାରୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବେଳାଭୂମିରେ ପ୍ରବେଶକୁ ବାରଣ କରାଯାଇଛି। ବେଳାଭୂମି ବନ୍ଦ ରହିବ। ରବିବାର ଆଖପାଖ ଲୋକଙ୍କ ସମେତ ବାହାର ପର୍ଯ୍ୟଟକଙ୍କ ବେଳାଭୂମିରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବେଳାଭୂମିରେ ଥିବା ଖାଦ୍ୟ ଷ୍ଟଲ୍ଗୁଡ଼ିକରେ ମଧ୍ୟ ଭିଡ଼ ଲାଗି ରହିଥିଲା। ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ ବେଳାଭୂମିରେ ପହଞ୍ଚି ଦୋକାନ ବନ୍ଦ କରିଥିଲେ। ପର୍ଯ୍ୟଟକଙ୍କୁ ଘଉଡ଼ାଇଥିଲେ। କେତେକ ବ୍ୟବସାୟୀ ଅଚାନକ ଏହି ପରି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ୧ ପ୍ଲାଟୁନ ପୋଲିସ ଫୋର୍ସ ବେଳାଭୂମିରେ ମୁତୟନ ରହିବେ ବୋଲି ଥାନା ଅଧିକାରୀ ଖମାରୀଙ୍କ ସୂତ୍ରରୁ ସୂଚନା ମିଳିଛି।
BREAKING NEWS
- ଉନ୍ନାଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତ କୁଲଦୀପକୁ ଜାମିନ୍ ଦେଇଥିଲେ ଦିଲ୍ଲୀ ହାଇକୋର୍ଟ, ରୋକ୍ ଲଗାଇଲେ ସୁପ୍ରିମକୋର୍ଟ
- Operation Sindoor: ଭାରତର ଆକ୍ରମଣ ଏତେ ଭୟଙ୍କର ଥିଲା ଯେ…ବଡ଼ ଖୁଲାସା କଲେ ପାକ୍ ରାଷ୍ଟ୍ରପତି
- aravali case: ଆରାବଳୀ ମାମଲା: ସ୍ଥଗିତ ରହିଲା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି, କେନ୍ଦ୍ର ଏବଂ ରାଜ୍ୟକୁ ନୋଟିସ ଜାରି
- ଭୋଜି କରୁଥିବା ବେଳେ ମୋଷ୍ଟଓ୍ୱାଣ୍ଟେଡ୍ ‘ଗୋମାଫିଆ’ ଗିରଫ
- Police SI Scam: ୧୬ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ
- Thalapathy Vijay: ଅଭିନୟରୁ ସନ୍ୟାସ ନେଲେ ବିଜୟ, ଏବେ କରିବେ କେବଳ ରାଜନୀତି
- Terrible train accident ଭୟଙ୍କର ଟ୍ରେନ ଦୁର୍ଘଟଣା: ୧୩ ମୃତ, ଅନେକ ଆହତ
- Donald Trump: ପୁଟିନଙ୍କ ସହ ୨ ଘଣ୍ଟା ଫୋନରେ କଥା ହେଲେ ଟ୍ରମ୍ପ, ଘମାଘୋଟ ଲଢେଇର ହେବ କି ଅନ୍ତ!
- Train Fire: ଟାଟାନଗର-ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ଅଗ୍ନିକାଣ୍ଡ; ଜଣେ ମୃତ, ଅନେକ ଆହତ
- ଚାଲିଗଲେ ଦନ୍ତା, ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିଖରଚଣ୍ଡୀ ପୀଠ
Comments are closed.