ବ୍ରହ୍ମପୁର: ଆସନ୍ନ ବାତ୍ୟାକୁ ନେଇ ଗୋପାଳପୁର ସମୁଦ୍ରରେ ଉଚ୍ଚ ଜୁଆର ସହ ଅଶାନ୍ତ ରହିବାର ଆଶଙ୍କା ରହୁଛି। ଏଣୁ ଏହାକୁ ନଜରରେ ରଖି ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଗୋପାଳପୁର ପୋଲିସ ରବିବାର ସନ୍ଧ୍ୟା ଠାରୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବେଳାଭୂମିରେ ପ୍ରବେଶକୁ ବାରଣ କରାଯାଇଛି। ବେଳାଭୂମି ବନ୍ଦ ରହିବ। ରବିବାର ଆଖପାଖ ଲୋକଙ୍କ ସମେତ ବାହାର ପର୍ଯ୍ୟଟକଙ୍କ ବେଳାଭୂମିରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବେଳାଭୂମିରେ ଥିବା ଖାଦ୍ୟ ଷ୍ଟଲ୍ଗୁଡ଼ିକରେ ମଧ୍ୟ ଭିଡ଼ ଲାଗି ରହିଥିଲା। ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ ବେଳାଭୂମିରେ ପହଞ୍ଚି ଦୋକାନ ବନ୍ଦ କରିଥିଲେ। ପର୍ଯ୍ୟଟକଙ୍କୁ ଘଉଡ଼ାଇଥିଲେ। କେତେକ ବ୍ୟବସାୟୀ ଅଚାନକ ଏହି ପରି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ୧ ପ୍ଲାଟୁନ ପୋଲିସ ଫୋର୍ସ ବେଳାଭୂମିରେ ମୁତୟନ ରହିବେ ବୋଲି ଥାନା ଅଧିକାରୀ ଖମାରୀଙ୍କ ସୂତ୍ରରୁ ସୂଚନା ମିଳିଛି।
BREAKING NEWS
- Congress’s ‘miracle’ dig at Amit Shah: ଅମିତ ଶାହଙ୍କ ଭାଷଣ ନେଇ କଟାକ୍ଷ କଲା କଂଗ୍ରେସ, କହିଲା, ‘୯୦ ମିନିଟର ଚିତ୍କାର…ଚମତ୍କାର…’
- ଯାଜପୁର ପୋଲିସ୍ ଦ୍ୱାରା “ଇ-ମିତ୍ର” ଚାଟ୍ବୋଟ୍ର ଶୁଭାରମ୍ଭ
- ସେପ୍ଟିକ ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
- ଆସାମ ନିର୍ବାଚନ ପାଇଁ ବିଜେପିର ମାଷ୍ଟର ପ୍ଲାନ୍
- ୨୩ଟି ଦେଶରେ ବ୍ୟାପିଛି କରୋନା ଭାଇରସର ନୂଆ ଭାରିଆଣ୍ଟ, ଭାରତ ଉପରେ ଏହାର ପ୍ରଭାବ ରହିଛି କି?
- Stampede at Bihar’s Temple: ନାଳନ୍ଦାର ଶୀତଳା ମନ୍ଦିରରେ ଦଳାଚକଟା, ଚାଲିଗଲା ୮ ଜୀବନ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
- Sonia Gandhi Discharged From Hospital: ସୁସ୍ଥ ହୋଇ ଘରକୁ ଫେରିଲେ ସୋନିଆ ଗାନ୍ଧୀ
- Health Minister Accuses Opposition: ନିଜ ଜିଦରେ ଅଟଳ ବିରୋଧୀ…ବର୍ଷିଲେ ସ୍ୱାସ୍ଥ୍ୟମନ୍ତ୍ରୀ…ଆଜି ବି ଅଚଳାବସ୍ଥା…
- Odisha Weather Alert: ଆହୁରି ୪ ଦିନ କାଳବୈଶାଖୀ ବର୍ଷା, ୫୦ କିମି/ଘଣ୍ଟା ବେଗରେ ବହିବ ପବନ
- ମଧ୍ୟପ୍ରାଚ୍ୟରେ ୮ ଭାରତୀୟଙ୍କ ମୃତ୍ୟୁ, ଜଣେ ନିଖୋଜ: ଫେରିଲା ୫୫ ଲକ୍ଷ
Comments are closed.