Latest Odisha News

ଗୋପାଳପୁର ବନ୍ଦର ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଆୟୋଜିତ

ଛତ୍ରପୁର: ଗୋପାଳପୁର ବନ୍ଦର ପକ୍ଷରୁ ଆର୍ଯ୍ୟପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା କେନ୍ଦ୍ର ଆୟୋଜିତ ହୋଇଯାଇଛି । ହରିପୁର-ବନ୍ଦର ଗ୍ରାମ, କାଲିପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ କେ ଆର୍ଯ୍ୟପଲ୍ଲୀ ଗ୍ରାମରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ସଫଳତାର ସହିତ ଆୟୋଜନ କରିବା ପରେ, ଏହି ସ୍ୱାସ୍ଥ୍ୟ ସେବା ଆୟୋଜନ କରାଯାଇଥିଲା  । ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ  ଭିଜେ ରାଓ ଏହି ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରିଥିଲେ ।  ଶ୍ରୀ ରାଓ କହିଥିଲେ ଯେ ବନ୍ଦର ପାର୍ଶ୍ୱବର୍ତ୍ତୀ ଅଂଚଳର ଜନସାଧାରଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ନିମନ୍ତେ ଗୋପାଳପୁର ବନ୍ଦର ସର୍ବଦା ବଦ୍ଧପରିକର ଅଟେ। ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ଓ ଯୋଗଦାନକୁ ସେ ପ୍ରଶଂସା କରିଥିଲେ ।

ଗୋପାଳପୁର ବନ୍ଦରର ବରିଷ୍ଠ ଉପସଭାପତି (ମାନବ ସମ୍ବଳ ଏବଂ ଶିଳ୍ପ ସମ୍ପର୍କ)  ଅଜୟ କୁମାର ମିଶ୍ର କହିଥିଲେ ଯେ ଏହି ଅଂଚଳର ଯୁବକ ଏବଂ ଯୁବତୀମାନେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ ବିଭିନ୍ନ ଉନ୍ନତି ମୂଳକ ପଦକ୍ଷେପ ଅବଲମ୍ବନ କରିବା ସହ ଏହି ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ ଏବଂ ସ୍ଥାନୀୟ ମହିଳାମାନଙ୍କୁ ସ୍ବାବଲମ୍ବୀ କରାଯିବା ଆଦି ବିଷୟ ପ୍ରତି ଗୁରୁତ୍ଵ ଦିଆଯିବ । ଉକ୍ତ କାର୍ଯ୍ୟକ୍ରମରେ ତ୍ରିଲୋଚନ ବେହେରା ଏବଂ ଗ୍ରାମ କମିଟି ସଦସ୍ୟ, ବିକାଶ କୁମାର, ଚିତ୍ତରଞ୍ଜନ ବାହିନୀପତି, ବରିଷ୍ଠ ଡାକ୍ତରୀ ଦଳ, ବନ୍ଦରର ବହୁ ଅଧିକାରୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ଓ ନେତୃବୃନ୍ଦ ଉପସ୍ଥିତ ଥିଲେ । ଏହି ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ସ୍ତ୍ରୀ ରୋଗ, ଶିଶୁ ରୋଗ ଏବଂ ଭେଷଜ ବିଭାଗ ତତ୍ୱାବଧାନରେ ମାଗଣାରେ ଚିକିତ୍ସା କରାଯାଇଥିଲା ।

Comments are closed.