Latest Odisha News

BREAKING NEWS

କରୋନା ଯୋଦ୍ଧାଙ୍କ ପରିବାରକୁ ମିଳିଲା ସହାୟତା

ଯାଜପୁର: କରୋନା ମହାମାରୀରରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ମିଳିଲା ସହାୟତା। ଯାଜପୁର ବାଲିଚନ୍ଦ୍ରପୁର ଅଞ୍ଚଳର ସାମ୍ବାଦିକ ରତିକାନ୍ତ ବଳଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ଏହି ସୂଚନା ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏଭଳି ସହାୟତା ପ୍ରଦାନ କରାଯାଇଥିବାରୁ ମୃତକଙ୍କ ପରିବାର ପକ୍ଷରୁ ଧନ୍ୟବାଦ ଦିଆଯାଇଛି।

Leave A Reply

Your email address will not be published.