Latest Odisha News

BREAKING NEWS

ସଦ୍‌ଗୁରୁ ଅଗ୍ନିକାଣ୍ଡ ପରେ ସତର୍କ ହେଲେ ସରକାର, କୋଭିଡ ହସ୍ପିଟାଲରେ ଚାଲିଛି ମକଡ୍ରିଲ

ଭୁବନେଶ୍ୱର: କଟକ ସଦ୍‌ଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ସତର୍କ ହେଲେ ସରକାର । ଟ୍ୱିନସିଟି କୋଭିହ ହସ୍ପିଟାଲରେ ଆରମ୍ଭ ହେଲା ଯାଂଚ । କୌଣସି ପ୍ରକାରର ଦୁର୍ଘଟଣା ଏଡାଇବାକୁ ଦ୍ୱୈତନଗରୀର ସମସ୍ତ କୋଭିଡ ହସ୍ପିଟାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ଯାଂଚ ଚାଲିଛି ।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ସମ ହସ୍ପିଟାଲରେ ଅଗ୍ନିଶମ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ମକଡ୍ରିଲ । ଏହାପରେ ଦିନ କିମ୍ସ କୋଭିଡ ହସ୍ପିଟାଲ ଏବଂ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲରେ ଏହି ମକଡ୍ରିଲ କରାଯିବ ।

ବିଶେଷ କରି ଏସବୁ କୋଭିଡ ହସ୍ପିଟାଲରେ ଥିବା ଅଗ୍ନିନିର୍ବାପକ ଉପକରଣ ଗୁଡିକର ଯାଂଚ କରାଯିବ । ସେହିପରି ଜରୁରୀ ପରିସ୍ଥିତିରେ ହସ୍ପିଟାଲ କର୍ମଚାରୀ କିଭଳି ଏହି ଉପକରଣର ସଠିକ ଉପଯୋଗ କରିପାରିବେ ସେନେଇ ପ୍ରଶିକ୍ଷଣ ଦିଆଯିବ ।

ଗତାକଲି ସଦଗୁରୁ କୋଭିଡ୍ ହସ୍ପିଟାଲର ତୃତୀୟ ମହମଲାରେ ଥିବା ଆଇସିୟୁରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡର କାରଣ ଜଣା ପଡିନଥିବାବେଳେ ଅଗ୍ନିଶମ କର୍ମଚାରୀ ପହଂଚି ନିଆଁକୁ ଆୟତ କରିଥିଲେ । ରୋଗୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ପ୍ରଶାସନ ସୂଚନା ଦେଇଥିଲା ।

Leave A Reply

Your email address will not be published.