Latest Odisha News

BREAKING NEWS

ସରକାରଙ୍କ କଠୋର ପଦକ୍ଷେପ: ଇଲେକ୍ଟ୍ରୋନିକ ସାମଗ୍ରୀର ୱାରେଂଟି ନେଇ ଗ୍ରାହକଙ୍କୁ ଭ୍ରମିତ କରନି

ନୂଆଦିଲ୍ଲୀ: ୱାରେଂଟି ନେଇ ଗ୍ରାହକଙ୍କୁ ଭ୍ରମିତ ନ କରିବା ପାଇଁ କେନ୍ଦ୍ର ସରକାର ଇଲେକ୍ଟ୍ରୋନିକ ସାମଗ୍ରୀ ବିକ୍ରି କରୁଥିବା କମ୍ପାନୀଗୁଡିକ ଉପରେ ବର୍ଷିଛନ୍ତି । କମ୍ପାନୀଗୁଡିକ ଏଥର ସାମଗ୍ରୀ ଉପରେ ଥିବା ୱାରେଂଟି ସମ୍ପର୍କରେ ସ୍ପଷ୍ଟ ଭାବେ ଗ୍ରାହକଙ୍କୁ ଜଣାଇବେ । ଯାହା ଫଳରେ ଗ୍ରାହକ ଭ୍ରମିତ ହେବନି । ଯଦି ଏଥିରେ ବ୍ୟତୀକ୍ରମ ଦେଖାଯାଏ ତାହାହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଉଦାହରଣ ସ୍ୱରୂପ କମ୍ପ୍ରେସର ଉପରେ ୧୦ ବର୍ଷ ଗ୍ୟାରେଂଟି ଥିବା ବେଳେ ଅନ୍ୟ ସାମଗ୍ରୀ ଉପରେ ବର୍ଷେ ରହୁଛି । ଗ୍ଲୋବାଲ ୱାରେଂଟି ନିୟମକୁ କଡାକଡି ଭାବେ ପାଳନ କରିବାକୁ ପଡିବ ବୋଲି କମ୍ପାନୀଗୁଡିକୁ କେନ୍ଦ୍ରୀୟ ଉପଭୋକ୍ତା ସଂରକ୍ଷଣ ପ୍ରାଧୀକରଣ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ପ୍ରଡକ୍ଟ ମାନୁଫ୍ୟାକଚରିଂ ତାରିଖ ବଦଳରେ ଗ୍ରାହକ ଯେବେ ପ୍ରଡକ୍ଟ କିଣିବ ସେହି ତାରିଖକୁ ୱାରେଂଟିର ମାପକ ଭାବେ ଗ୍ରହଣ କରିବାକୁ କୁହାଯାଇଛି । ସର୍ଭିସ, ଗଣବତା, କ୍ଷମତା ଓ ମାନକଙ୍କୁ ସୂଚିତ କରିବାକୁ ପଡିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.