Latest Odisha News

BREAKING NEWS

କେନ୍ଦ୍ର ସରକାରଙ୍କ ଖ୍ରୀଷ୍ଟମାସ ଭେଟି: କମିଲା ଏଲପିଜି ଦାମ

ନୂଆଦିଲ୍ଲୀ:ଉପଭୋକ୍ତାଙ୍କୁ କେନ୍ଦ୍ର ସରକାରଙ୍କ ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ଭେଟି । କେନ୍ଦ୍ର ସରକାର ୧୯ କେଜି ଏଲପିଜି ସିଲିଣ୍ଡରର ଦାମ ହ୍ରାସ କରିଛନ୍ତି । ଅଏଲ ମାର୍କେଟିଂ କମ୍ପାନୀ କମର୍ସିଆଲ ସିଲିଣ୍ଡରର ଦାମ ୩୯.୫୦ ଟଙ୍କା ହ୍ରାସ କରିଛନ୍ତି । ଦର କମିବା ପରେ ଦିଲ୍ଲୀରେ ୧୯ କେଜି କମର୍ସିଆଲ ସିଲିଣ୍ଡରର ୧୭୫୭.୫୦ ଟଙ୍କାରେ ମିଳିବ । ତେବେ ଘରୋଇ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହେବ ନାହିଁ । ନୂଆ ରେଟ ଆଜିଠାରୁ ଅର୍ଥାତ ଡିସେମ୍ବର ୨୨ ତାରିଖରୁ ଲାଗୁ ହେବ ।

କମର୍ସିଆଲ ଗ୍ୟାସ ଦର ହ୍ରାସ ପାଇବା ପରେ ରେଷ୍ଟୁରାଣ୍ଟ, ହୋଟେଲ, ଉଠାଦୋକାନୀ ଆଶ୍ୱସ୍ତ ହୋଇଛନ୍ତି । କୋଲକାତାରେ ୧୯ କେଜି କମର୍ସିଆଲ ସିଲିଣ୍ଡର ୧୯୦୮ ଟଙ୍କା, ଚେନ୍ନାଇରେ ୧୯୬୮.୫୦, ମୁମ୍ବାଇରେ ୧୭୪୯ଟଙ୍କା ଥିବାବେଳେ ଏବେ ୧୮୬୯, ମୁମ୍ବାଇରେ ୧୭୧୦ ଏବଂ ଚେନ୍ନାଇରେ ୧୯୨୯.୫୦ ଟଙ୍କାରେ ମିଳିବ ।

ସୂଚନାଥାଉ କି ନଭେମ୍ବର ୧୬ରେ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ ୫୭ ଟଙ୍କା ହ୍ରାସ ପାଇଥିଲା । ଅନ୍ୟପକ୍ଷେ ଅଗଷ୍ଟ ମାସରୁ ଘରୋଇ ସିଲିଣ୍ଡରର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ ।

Comments are closed.