Latest Odisha News

BREAKING NEWS

ଡିସେମ୍ବର ୨୬କୁ ବୀର ବଲ ଦିବସ ଭାବେ ପାଳିବ ଦେଶ

ନୂଆଦିଲ୍ଲୀ : ଏଣିକି ପ୍ରତିବର୍ଷ ଡିସେମ୍ବର ୨୬ ତାରିଖକୁ ବୀର ବଲ ଦିବସ ଭାବେ ପାଳିବ ଦେଶ । ଆଜି ଗୁରୁ ଶ୍ରୀ ଗୁରୁ ଗୋବିନ୍ଦ ସିଂଙ୍କ ଜନ୍ମ ଜୟନ୍ତୀ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଗୁରୁ ଗୋବିନ୍ଦ ସିଂଙ୍କ ପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଭାବେ ଏହି ଦିବସକୁ ଦେଶବ୍ୟାପୀ ପାଳନ କରାଯିବ ।

ଗୁରୁ ଗୋବିନ୍ଦଜ ସିଂଙ୍କ ପୁତ୍ର ସାହିବଜାଦା ଜୋରୱାର ସିଂ ଏବଂ ସାହିବଜାଦା ଫତେହ ସିଂଙ୍କୁ ମନେ ପକାଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଏହି ଦୁଇ ମହାନ ଆତ୍ମା ଧର୍ମର ଉତ୍ତମ ନୀତିରୁ ବିଚ୍ୟୁତ ହେବା ପରିବର୍ତ୍ତେ ମୃତ୍ୟୁକୁ ସ୍ବୀକାର କରିବାକୁ ମଧ୍ୟ ପଛଘୁଞ୍ଚା ଦେଇ ନଥିଲେ । ତେଣୁ ସେମାନଙ୍କ ତ୍ୟାଗ ଓ ବଳିଦାନ ସର୍ବଦା ସ୍ମରଣୀୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

Leave A Reply

Your email address will not be published.