ନୂଆଦିଲ୍ଲୀ: ଡିଜିଟାଲ ମିଡିଆ ପାଇଁ ଗାଇଡଲାଇନ ଜାରି କରିଛନ୍ତି ସରକାର । ଏଣିକି ସୋସିଆଲ ମିଡିଆ ପାଇଁ ଏକ କମିଟି ଗଠନ କରିବେ ସରକାର । ଫେସବୁକ୍ ଏବଂ ଟ୍ୱିଟର ପରି ସୋସିଆଲ ମିଡିଆ ପ୍ଲାଟଫର୍ମରେ କଣ୍ଟେଣ୍ଟ ବା ବିଷୟବସ୍ତୁ ସମ୍ବନ୍ଧରେ ଅଭିଯୋଗ ଆସିଲେ ଏହି କମିଟି ଏହାର ବିଚାର କରିବ ।
Ministry of Electronics and Information Technology, Government of India releases the Information Technology (Intermediary Guidelines and Digital Media Ethics Code) Amendment Rules, 2022 pic.twitter.com/m2fRfyCh7B
— ANI (@ANI) October 28, 2022
ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ଆସନ୍ତା ତିନି ମାସ ମଧ୍ୟରେ ସରକାର ଏକ ସୋସିଆଲ ମିଡିଆ ଅଭିଯୋଗ ଶୁଣାଣି କମିଟି ଗଠନ କରିବେ । ଏହି କମିଟିରେ ଜଣେ ଅଧ୍ୟକ୍ଷ ଓ ୨ ଜଣ ସଦସ୍ୟ ରହିବେ । ସେମାନଙ୍କୁ ସରକାର ନିଯୁକ୍ତ କରିବେ ।
ସାମାଜିକ ଗଣମାଧ୍ୟମଗୁଡ଼ିକ ଦିନକୁ ଦିନ ଫେକ ନିଉଜ ପ୍ରସାର କରିବା ସହ ବିଭ୍ରାନ୍ତିମୂଳକ ଖବର ପ୍ରଚାର ପ୍ରସାର କରୁଥିବା ଅଭିଯୋଗ ହେଉଛି। ନିୟମ ଅନୁସାରେ ଯେ କୌଣସି ଆବେଦନର ସମାଧାନ ୩୦ ଦିନ ମଧ୍ୟରେ କରାଯିବ । ଏକ ସ୍ବ-ନିୟନ୍ତ୍ରିତ ଅଭିଯୋଗ କମିଟି ଗଠନ ପାଇଁ ଅନେକ ଦିନରୁ ଦାବି ହୋଇ ଆସୁଥିଲା ।
Comments are closed.