Latest Odisha News

BREAKING NEWS

ଭଙ୍ଗା କୁଡ଼ିଆରେ ଗଢ଼ା ଚାଲିଛି ଭବିଷ୍ୟତ, ୭ ବର୍ଷ ହେଲା ସରୁନି କୋଠା ନିର୍ମାଣ

ନବରଙ୍ଗପୁର: ପଞ୍ଚମରୁ ପ୍ରଥମ ଶ୍ରେଣୀ । ପଢ଼ୁଛନ୍ତି ୩୨ ଛାତ୍ରଛାତ୍ରୀ । ଆଉ ଏ ଭଙ୍ଗା କୁଡ଼ିଆ ହେଉଛି ପ୍ରାଥମିକ ବିଦ୍ୟାଳୟ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଘୁମରଦୋରା ପ୍ରାଥମିକ ବିଦ୍ୟାଳୟ କୁଡ଼ିଆ ଘରେ ଚାଲିଛି । ବିଡ଼ମ୍ବନା ହେଉଛି ରାସ୍ତାକଡ଼ ପାନ ଦୋକାନ ଠାରୁ ବି ୟେ ସ୍କୁଲର ଅବସ୍ଥା ଆହୁରି ଖରାପ । ପିଲା ଭାଗ୍ୟକୁ ଆଦରି ଭବିଷ୍ୟତ ଗଢ଼ିବା ଆଶାରେ କେଇ ଖଣ୍ଡ ବାଉଁଶ ତାଟି ଘେରା କାନ୍ଥ ଆଉ ଜରିପାଲ ତଳେ ପଢ଼ୁଛନ୍ତି । ବର୍ଷା ହେଲେ ପାଠପଢ଼ା ବନ୍ଦ ରହୁଛି । ଖୋଲା ଜାଗା ହୋଇଥିବାରୁ ଅନେକ ସମୟରେ ସାପ ଭୟରେ ପାଠ ପଢ଼ୁଛନ୍ତି କୁନି କୁନି ଛାତ୍ରଛାତ୍ରୀ ।

୭ ବର୍ଷ ତଳେ ୧୪ ଲକ୍ଷ ଅଟକଳ ମୂଲ୍ୟରେ ବିଦ୍ୟାଳୟର ନୂତନ କୋଠା ନିର୍ମାଣ ଆରମ୍ଭ ହୋଇଥିଲା ।  କିନ୍ତୁ ୭ ବର୍ଷ ବିତି ଯାଇଥିଲେ ମଧ୍ୟ ବିଦ୍ୟାଳୟ କୋଠା ସମ୍ପୂର୍ଣ୍ଣ ହୋଇ ପାରିନି । ଫଳରେ ଛାତ୍ରଛାତ୍ରୀ ଝୁମ୍ପୁଡ଼ି କୁଡ଼ିଆରେ ଖରା, ବର୍ଷା, ଶୀତରେ ବସି ପାଠ ପଢ଼ୁଛନ୍ତି । ୧୪ ଲକ୍ଷ ବ୍ୟୟ ଅଟକଳ ଥିବାବେଳେ ୧୨ ଲକ୍ଷ ୮୫ ହଜାର ଟଙ୍କା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ଯୁଗ୍ମ ଆକାଉଣ୍ଟରେ ଜମା ହୋଇଛି ।

ପ୍ରଧାନଶିକ୍ଷକ କହିଛନ୍ତି ୭ରୁ ୮ ଦିନ ମଧ୍ୟରେ ବିଦ୍ୟାଳୟ କୋଠା କାମ ସରିଯିବ । ପ୍ରାଥମିକ ଶିକ୍ଷା ପାଇଁ ସରକାର ପାଣି ଭଳି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଝୁମ୍ପୁଡ଼ି ଘରେ ପିଲା ପଢ଼ିବା ପ୍ରଶାସନିକ ଅଧିକାରୀଙ୍କ ସହ ଶିକ୍ଷା ବିଭାଗର ପାରିବା ପଣିଆକୁ ପଦାରେ ପକାଇଛି ।

Leave A Reply

Your email address will not be published.