Latest Odisha News

୨୦୨୨ର ପ୍ରଥମ ଡିଜିଟାଲ ଷ୍ଟ୍ରାଇକ୍ : ୫୪ ଚାଇନା ଆପ୍ ବ୍ୟାନ୍ କଲେ ସରକାର

ଭାରତରେ ଆଉ ୫୪ଟି ଚାଇନିଜ୍ ଆପ୍ ବ୍ୟାନ୍ ହେଲା । ଚାଇନିଜ୍ ଆପକୁ ବ୍ୟାନ କଲେ କେନ୍ଦ୍ର ସରକାର । ଦେଶର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଥିବା ଆପ୍ ଉପରେ ଲାଗିଲା କଟକଣା । ବ୍ୟାନ ତାଲିକାରେ ଆଲି ବାବା, ଟେନସେଂଟ ଏବଂ ନେଟ୍ ଇଜ ଭଳି କମ୍ପାନୀର ଆପ୍ଲିକେସନ ରହିଛି । ବ୍ୟାନ ହୋଇଥିବା ଆପ୍ଲିକେସନ ଗୁଡିକ ମୁଖ୍ୟତଃ ବ୍ୟୁଟି କ୍ୟାମେରା, ସୁଇଟି ସେଲଫି, ଗେମିଂ ଆପ୍ ଏବଂ ମୋବାଇଲ ଭିଡିଓ ଏଡିଟିଂ ଆପ୍ ରହିଛି ।

ତେବେ ଏହି ଆପ୍ ଗୁଡ଼ିକ ମଧ୍ୟରେ ଲୋକପ୍ରିୟ ଗରୀନା ଫ୍ରୀ ଫାୟାର୍ ଗେମ୍ ବି ସାମିଲ ରହିଛି । କାହିଁକି ନା ପୂର୍ବରୁ ମଧ୍ୟ ଏହି ଆପ୍ କୁ ଗୁଗୁଲ୍ ପ୍ଲେ ଷ୍ଟୋର୍ ରୁ ହଟାଇ ଦିଆଯାଇଥିଲା । ତେଣୁ ଏହି ଗେମ୍ ଏହି ୫୪ ତାଲିକାରେ ସାମିଲ ଥାଇପାରେ ବୋଲି ଆଶଙ୍କା କରାଯାଉଛି । ଏହି ୫୪ଟି ଆପ୍ କୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୩୨୦ଟି ଆପ୍ କୁ ବ୍ୟାନ୍ କରାଗଲାଣି ।

Sweet Selfie HD, Beauty Camera – Selfie Camera, Equalizer & Bass Booster, CamCard for SalesForce Ent, Isoland 2: Ashes of Time Lite, Viva Video Editor, Tencent Xriver, Onmyoji Chess, Onmyoji Arena, AppLock ଓ Dual Space Lite

ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ଏପରି ଆପକୁ ବ୍ୟାନ କରିଥିଲେ । ଏହି ଆପ ଗୁଡିକ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ଥିଲା ।  ୨୦୨୦ ଜୁନରେ ଗଲୱାନ ଘାଟିରେ ଭାରତ ଏବଂ ଚୀନ୍ ସେନା ମୁହାଁମୁହିଁ ହୋଇଥିଲେ । ଏହାପରେ କେନ୍ଦ୍ର ସରକାର ଚାଇନିଜ ଆପ ଗୁଡିକ ଗୁଇନ୍ଦାଗିରି କରୁଥିବା ଜାଣିବାକୁ ପାଇଥିଲେ ।

Comments are closed, but trackbacks and pingbacks are open.