Latest Odisha News

BREAKING NEWS

ଆକାଶଛୁଆଁ ଟମାଟୋ ଦର: ଏତିକି ଟଙ୍କାରେ ବିକ୍ରି କରିବେ ସରକାର

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଆକାଶଛୁଆଁ ହୋଇଛି ଟମାଟୋ ଦର l ଅତିରିକ୍ତ ବର୍ଷା କାରଣରୁ ଟମାଟୋ ଚାଷ ନଷ୍ଟ ହୋଇଛି l ଯେଉଁଥିପାଇଁ ଆମଦାନୀ ମଧ୍ୟ ହ୍ରାସ ପାଇଛି l ପ୍ରଭାବରେ ଏବେ ବଜାରରେ ଟମାଟୋ ଦ୍ୱାରା କିଲୋଗ୍ରାମ ପ୍ରତି 100 ଟଙ୍କା ଛୁଇଁବା ଆରମ୍ଭ କଲାଣି l ଏହି ପରିସ୍ଥିତିର ଟମାଟୋ ଦର ସହ ମୁକାବିଲା ପାଇଁ ଅଂଟା ଭିଡିଛନ୍ତି ସରକାର l କିଲୋ ପିଛା 65 ଟଙ୍କାରେ ଟମାଟୋ ବିକ୍ରି କରିବେ ସରକାର l

ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ନ୍ୟାସନାଲ କୋଅପରେଟିଭ କଞ୍ଜ୍ୟୁମର ଫେଡେରେସନ୍ ଅଫ୍ ଇଣ୍ଡିଆ (ଏନସିସିଏଫ୍), ନାଫେଡ୍ ଏବଂ ସଫଲର ଖୁଚୁରା ଆଉଟଲେଟରେ ଟମାଟୋ କୋଳି ପିଛା 65 ଟଙ୍କାରେ ବିକ୍ରି କରାଯିବ l ଏହା ବ୍ୟତୀତ ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ଟମାଟୋ ମଧ୍ୟ ବିକ୍ରି ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସରକାର l

ଗତ କିଛି ଦିନ ହେବ ଟମାଟୋ ସମେତ ଅନେକ ପନିପରିବା ଦର ବୃଦ୍ଧି ପାଇଛି l ମହାରାଷ୍ଟ୍ର ସମେତ ଅନେକ ଅଞ୍ଚଳରେ ବର୍ଷା ହେତୁ ଟମାଟୋ ଫସଲ ନଷ୍ଟ ହୋଇଯାଇଛି। ସରକାରଙ୍କ କହିବାନୁସାରେ, ଅକ୍ଟୋବରରେ ଟମାଟୋ ଦର 39 ପ୍ରତିଶତ ବୃଦ୍ଧି ପାଇଛି l ଗତ ମାସରେ ହାରାହାରି ମୂଲ୍ୟ 44 ଟଙ୍କା କିଲୋଗ୍ରାମ ପିଛା ଥିବା ବେଳେ ଏବେ ଏହା ବଢି 62 ଟଙ୍କା କିଲୋଗ୍ରାମ ପିଛା ଅଛି l ସରକାରୀ ତଥ୍ୟ ଅନୁଯାୟୀ, ହୋଲସେଲ ବଜାରରେ ଟମାଟୋର ମୂଲ୍ୟ କ୍ୱିଣ୍ଟାଲ ପିଛା 3562 ରୁ 5045 ଟଙ୍କାକୁ ବୃଦ୍ଧି ପାଇଛି।

ରେଟିଂ ଏଜେନ୍ସି କ୍ରିସିଲର ସଦ୍ୟତମ ରିପୋର୍ଟ ଅନୁଯାୟୀ, ପରିବା ଦର ବୃଦ୍ଧି ହେତୁ ଭେଜ ଥାଳିର ମଧ୍ୟ ଦର ବୃଦ୍ଧି ପାଇଛି l 11 ପ୍ରତିଶତ ବୃଦ୍ଧି ପାଇଛି ଭେଜ ଥାଳିର ଦର l ସେପଟେ ନନଭେଜ ଥାଳିର ମୂଲ୍ୟ 2 ପ୍ରତିଶତ ହ୍ରାସ ପାଇଛି l

କହିରଖୁଛୁ ଯେ ଏହାପୂର୍ବରୁ ମଧ୍ୟ ଯେତେବେଳେ ଟମାଟୋ ଦ୍ୱାରା ବୃଦ୍ଧି ପାଇଥିଲା ସରକାର କିଲୋ ପିଛା 60 ଟଙ୍କାରେ ବିକ୍ରି କରିଥିଲେ l

Leave A Reply

Your email address will not be published.