Latest Odisha News

BREAKING NEWS

‘ଧାନକୁ ଛାଡ଼ି ଅନ୍ୟ ଚାଷ କଲେ ସରକାର ପ୍ରୋତ୍ସାହନ ଦେବେ’

ଭୁବନେଶ୍ୱର: ଧାନ ଚାଷ ବଦଳରେ ଅନ୍ୟ ଫସଲ କଲେ ସରକାର ପ୍ରୋତ୍ସାହନ ଦେବେ। ଚାଷୀଙ୍କ ଆୟ ବୃଦ୍ଧି ପାଇଁ କରିବା ପାଇଁ ରାଜ୍ୟ ସରକାର ଏପରି ଏକ ଯୋଜନା କରିଛନ୍ତି। ଏହା କହିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଏଣିକି ଚାଷୀଙ୍କୁ କାମ ଦେବା ସହ ରୋଜଗାର ବଢେଇବା ପାଇଁ ବିଭିନ୍ନ ଅଫର ଦେବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର। କେନ୍ଦ୍ର କୃଷି ବଜେଟରେ ଅର୍ଥ କମିଥିବା ବେଳେ ରାଜ୍ୟ କୃଷି ବଜେଟର ବ୍ୟୟ ବରାଦ ବଢ଼ିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ ତଥା ଆଠଗଡ ବିଧାୟକ।

ଫସଲ ବିବିଧିକରଣ କରିବା କୃଷି ବିଭାଗର ମୂଳ ଲକ୍ଷ୍ୟ ରହଛି। ବର୍ତ୍ତମାନ ୧୯ ଟି ଜିଲ୍ଲାରେ ମିଲେଟ ମିଶନ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଆଗକୁ ୩୦ ଟି ଜିଲ୍ଲାରେ ଏହାକୁ ଲାଗୁ କରାଯିବ। ରାଜ୍ୟର ୧୭୭ ଟି ବ୍ଲକ ରେ ମିଲେଟ ମିଶନ କାର୍ଯ୍ୟକାରୀ କରିବାକୁ ଯୋଜନା ହୋଇଛି । ସେହିପରି ପଣସ, ଫୁଲ, ମସଲା ଓ ଛତୁ ମିଶନ ମଧ୍ୟ ହାତକୁ ନେଉଛନ୍ତି ସରକାର।

ସେହିପରି ଚାଷ  ପାଇଁ ଜଳସେଚନ ଗୋଟିଏ ବଡ଼ ଭୂମିକା ଗ୍ରହଣ କରିଥାଏ। ଏପରି ସ୍ଥିତିରେ ୩୦ଟି ଜିଲ୍ଲାରେ ବିଶେଷ କରି ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ପାଇଁ ସରକାର ଯୋଜନା କରିଛନ୍ତି ବୋଲି କୃଷି ମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ଅଧିକ ଅର୍ଥକରୀ ଫସଲ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସର୍ବଦା ଗୁରୁତ୍ବ ଦେଇଆସିଛନ୍ତି। ସଂପ୍ରତି ରାଜ୍ୟ କ୍ୟାବିନେଟ୍‌ ଫସଲ ବିବିଧିକରଣ କାର୍ଯ୍ୟ କାର୍ଯ୍ୟକ୍ରମକୁ ଅନୁମୋଦନ କରିଛନ୍ତି ବୋଲି ଏହି ଅବସରରେ କହିଛନ୍ତି ରାଜ୍ୟ କୃଷି ମନ୍ତ୍ରୀ।

 

 

 

Comments are closed.