Latest Odisha News

BREAKING NEWS

ଋତୁସ୍ରାବକୁ ନେଇ ଗୋବିନ୍ଦାଙ୍କ ଝିଅଙ୍କ ମନ୍ତବ୍ୟ, ନାପସନ୍ଦ କଲେ ୟୁଜର୍ସ

ମୁମ୍ବାଇ: ଅଭିନେତା ଗୋବିନ୍ଦାଙ୍କ ଝିଅ ଟିନା ଆହୁଜା ଋତୁସ୍ରାବ ଜନିତ ଯନ୍ତ୍ରଣାକୁ ନେଇ ପ୍ରତିକ୍ରିୟା ରଖିଥିଲେ। ଯାହା ପରେ ତାଙ୍କୁ ଲୋକଙ୍କ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଛି।

ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ସେ କହିଥିଲେ ଯେ ସେ କେବେବି ଋତୁସ୍ରାବ ଜନିତ ଯନ୍ତ୍ରଣା ଅନୁଭବ କରିନାହାନ୍ତି। କେବଳ ମୁମ୍ବାଇର ଝିଅ ମାନଙ୍କ ଠାରୁ ହିଁ ପିରିୟଡ ଯନ୍ତ୍ରଣା ବିଷୟରେ ଶୁଣିଛନ୍ତି।

ସେ କହିଥିଲେ ଯେ ମୁଁ ଅଧିକାଂଶ ସମୟ ଚଣ୍ଡିଗଡ଼ରେ ରହିଛି। ମୁଁ କେବଳ ବମ୍ବେର ଝିଅମାନଙ୍କ ଠାରୁ ହିଁ ପିରିୟଡ କ୍ରାମ୍ପ ବିଷୟରେ ଶୁଣିଛି। ତେବେ ଏହି ସମସ୍ୟାକୁ ନେଇ ସେ ଆହୁରି ମଧ୍ଯ କହିଛନ୍ତି ଯେ, ପିରିୟଡ କ୍ରାମ୍ପ କଥା ଶୁଣିଲା ପରେ ଯନ୍ତ୍ରଣା ହେଉନଥିଲେ ବି କିଛି ଏହାକୁ ମାନସିକ ସ୍ତରରେ ଅନୁଭବ କରିଥାନ୍ତି। ପଞ୍ଜାବ ଏବଂ ଅନ୍ୟାନ୍ୟ ଛୋଟ ସହରର ଅନେକ ମହିଳା ଙ୍କୁ ଏହା ବିଷୟରେ ଜଣା ମଧ୍ଯ ନଥାଏ କି କେବେ ସେମାନଙ୍କର ପିରିୟଡ ଆସିଯାଏ।

ଟିନାଙ୍କର ଏହି ମନ୍ତବ୍ଯ ଉପରେ ସୋସିଆଲ ମିଡିଆରେ ୟୁଜର୍ସ ମାନେ ଖୁବ୍ ଟ୍ରୋଲ କରୁଛନ୍ତି।

 

Comments are closed.