Latest Odisha News

BREAKING NEWS

ଟିକା ଦର ହ୍ରାସ କରିବାକୁ ନିର୍ମାତା କମ୍ପାନୀଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶରେ ଆସନ୍ତା ମେ ୧ ତାରିଖରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ । କିନ୍ତୁ ଏହା ପୂର୍ବରୁ ଚାଲିଥିବା ଭ୍ୟାକ୍ସିନ ଦରକୁ ନେଇ ବିବାଦ ପରେ ଟିକା ଦର କମାଇବାକୁ ନିର୍ମାତା କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଟିକା ଦରକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ ବିରୋଧୀ । ଏହାପରେ ଟିକା ନିର୍ମାତା କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକକୁ ଭ୍ୟାକ୍ସିନ ଦର ହ୍ରାସ କରିବାକୁ କହିଛନ୍ତି କେନ୍ଦ୍ର ସରକାର ।

BjdElectrycity

ନିକଟରେ କୋଭିସିଲ୍ଡ ଭ୍ୟାକ୍ସିନର ନୂଆ ଦର ଘୋଷଣା କରିଥିଲା ସେରମ ଇନଷ୍ଟିଚ୍ୟୁଟ । ସେହିପରି କୋଭାକ୍ସିନ ଟିକା ଦର ଧାର୍ଯ୍ୟ କରିଥିଲା ଭାରତ ବାୟୋଟେକ୍ । କୋଭିସିଲ୍ଡ ଡୋଜ୍ ପିଛା ରାଜ୍ୟ ସରକାର ୪୦୦ ଟଙ୍କା ଓ ଘରୋଇ ହସ୍ପିଟାଲକୁ ୬୦୦ ଟଙ୍କା ଦେବାକୁ ପଡ଼ିବ । ସେହିପରି ରାଜ୍ୟ ସରକାର କୋଭାକ୍ସିନ୍ ଡୋଜ୍ ପିଛା ୬୦୦ ଟଙ୍କା ଓ ଘରୋଇ ହସପିଟାଲକୁ ୧୨୦୦ ଟଙ୍କା ଦେବାକୁ ପଡ଼ିବ ।

Leave A Reply

Your email address will not be published.