Latest Odisha News

BREAKING NEWS

ଲାଟେରାଲ୍ ନିଯୁକ୍ତି ଉପରେ ରୋକ ଲଗାଇଲା କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ଜନସେବା ଆୟୋଗ (ୟୁପିଏସସି) କୁ ମଙ୍ଗଳବାର ଦିନ ଚିଠି ଲେଖି ଲାଟେରାଲ ଏଣ୍ଟ୍ରି ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର ସରକାର।

କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ୟୁପିଏସ୍‌ସି ଚେୟାରମ୍ୟାନ୍‌ ପ୍ରୀତି ସୁଦାନଙ୍କୁ ଚିଠି ଲେଖି ଏହି ବିଜ୍ଞାପନକୁ ରଦ୍ଦ କରିବାକୁ କହିଛନ୍ତି।

ଅଗଷ୍ଟ ୧୭ରେ ୟୁପିଏସସି ଏକ ବିଜ୍ଞପ୍ତି ଜାରି କରିଥିଲା । ସେଥିରେ ଲାଟେରାଲ ଏଣ୍ଟ୍ରି ଜରିଆରେ ୪୫ ଯୁଗ୍ମ ସଚିବ, ଡେପୁଟୀ ସଚିବ ଓ ନିର୍ଦ୍ଦେଶକ ସ୍ତରର ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଥିଲା। ଲାଟେରାଲ ଏଣ୍ଟ୍ରି ଭର୍ତ୍ତିରେ ବିନା ୟୁପିଏସସି ପରୀକ୍ଷାରେ ନିଯୁକ୍ତି ହୋଇଥାଏ।

ଏହି ଭର୍ତ୍ତି ମାଧ୍ୟମରେ କେନ୍ଦ୍ର ସରକାର ଏସସି, ଏସଟି, ଓବିସି ସଂରକ୍ଷଣରେ ରୋକ ଲଗାଉଥିବା ରାହୁଲ ଗାନ୍ଧୀ ଅଭିଯୋଗ ଆଣିଥିଲେ । ଯାହା ପରେ ବିରୋଧିଙ୍କ ପକ୍ଷରୁ ଏହି ନିଯୁକ୍ତି ନେଇ ଖୁବ୍ ବିରୋଧ କରାଯାଇଥିଲା। ଏସବୁ ବିବାଦ ଦେଖି ମୋଦି ସରକାର ଏହାକୁ ରଦ୍ଦ କରିଛନ୍ତି।

ଅଧିକ ପଢନ୍ତୁ- ବିରୋଧ ପରେ ‘ଲେଟେରାଲ୍ ନୋ’ ଏଂଟ୍ରି’

Comments are closed.