Latest Odisha News

BREAKING NEWS

ବୁଦ୍ଧପୂର୍ଣ୍ଣିମା ଓ ସାବିତ୍ରୀ ଅମାବାସ୍ୟା ପାଇଁ ୧୬ ଏବଂ ୩୦ ତାରିଖରେ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ବର: ଆସନ୍ତା ବୁଦ୍ଧ ପୂର୍ଣ୍ଣିମା ଓ ସାବିତ୍ରୀ ଅମାବାସ୍ୟାକୁ ଦୃଷ୍ଟିରେ ରଖି ୧୬ ଏବଂ ୩୦ ତାରିଖ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଚଳିତବର୍ଷ ୭୦ ପ୍ରତିଶତ ଛାତ୍ରଛାତ୍ରୀ ସ୍କୁଲ ଆସିଥିବା ବେଳେ ୩୦ ପ୍ରତିଶତ ପିଲା ସ୍କୁଲ ଆସିନାହାନ୍ତି । ୧୦୦ ପ୍ରତିଶତ ସ୍କୁଲ ଉପସ୍ଥାନ ସଂଖ୍ୟା ରଖିବାକୁ ଗଣଶିକ୍ଷା ବିଭାଗର ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ଏ ବାବଦରେ ଧ୍ୟାନ ଦେବା ସହ ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକଙ୍କ ସହ ଯୋଗାଯୋଗରେ ରହିବେ।

ବର୍ତ୍ତମାନ ରିପୋର୍ଟ ଆସିବା ଆରମ୍ଭ ହୋଇଛି , କିଛି ସମୟ ଲାଗିବ ତଥ୍ୟ ଆସିବାକୁ। ଆସିଲା ପରେ ବାସ୍ତବ କାରଣ ଜଣାପଡିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏ ନେଇ ନିଜର ମତ ରଖିଛନ୍ତି।
Leave A Reply

Your email address will not be published.