Latest Odisha News

ଜୁନ୍‌ ଶେଷ ଯାଏ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ବଢିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀବାହୀ ବିମାନ ଉପରେ ନିଷେଧାଦେଶକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଏ ନେଇ DGCA ଶୁକ୍ରବାର ଦିନ ଘୋଷଣା କରିଛି ଯେ ଭାରତକୁ ଏବଂ ଭାରତରୁ ସମସ୍ତ ଅନ୍ତର୍ଜାତୀୟ ନିର୍ଦ୍ଧାରିତ ବାଣିଜ୍ୟିକ ଯାତ୍ରୀ ବିମାନ ୩୦ ଜୁନ୍ ପର୍ଯ୍ୟନ୍ତ ସ୍ଥଗିତ ରହିବ।

କେନ୍ଦ୍ର ବାଣିଜ୍ୟିକ ବିମାନ ଚଳାଚଳ ଉପରେ ନିଷେଧାଦେଶକୁ କେନ୍ଦ୍ର ସରକାର ଶୁକ୍ରବାର ଦିନ ୩୦ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏକ ବିବୃତ୍ତି ଜାରି କରି କହିଛି।

ସୂଚନା ଅନୁଯାୟୀ ଯେ ଡିଜିଡିଏ ଦ୍ୱାରା ସ୍ୱତନ୍ତ୍ର ଭାବେ ଅନୁମୋଦିତ ଆନ୍ତର୍ଜାତୀୟ ଅଲ-କାର୍ଗୋ ଅପରେସନ୍ ଏବଂ ବିମାନଗୁଡ଼ିକ ଉପରେ କୋଭିଡ୍ ସମ୍ବନ୍ଧୀୟ ପ୍ରତିବନ୍ଧକ ଲାଗୁ ହେବ ନାହିଁ।

Comments are closed.