Latest Odisha News

BREAKING NEWS

ପୁଣି ବିଫଳ ହେଲା ଚାଷୀ ଓ ସରକାରଙ୍କ ମଧ୍ୟରେ ଆଲୋଚନା, ୧୯ରେ ଆଗାମୀ ବୈଠକ

ଭୁବନେଶ୍ୱର : କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ଆଜି ବି ବାହାରି ପାରିଲାନି ସମାଧାନର ବାଟ । ତେଣୁ ନବମ ପର୍ଯ୍ୟାୟ ବୈଠକରେ ବି ନିଷ୍କର୍ଷ ବାହାରି ପାରିଲାନି । ତେଣୁ ଆଗାମୀ ବୈଠକ ୧୯ ତାରିଖ ରେ ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି ।

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ, ସରକାର କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ ଚାହୁଁଛନ୍ତି। ଚାଷୀମାନେ କିନ୍ତୁ ନିଜ ଜିଦରେ ଅଟଳ ଅଛନ୍ତି। ନୂଆ ଆଇନରେ ସଂଶୋଧନ ପାଇଁ ଆମେ ପ୍ରସ୍ତୁତ ଅଛୁ। ସୁପ୍ରିମକୋର୍ଟଙ୍କ କମିଟି ଗଠନ କଥାକୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ସ୍ୱାଗତ ଜଣାଇଛନ୍ତି।

ସେପଟେ ଚାଷୀ ନେତା ଯୋଗିନ୍ଦର ସିଂ କହିଛନ୍ତି ଯେ, ସଂଘ ସରକାରଙ୍କ ନିକଟରେ ତିନିଟି ଯୁକ୍ତି ଉପସ୍ଥାପନ କରିଥିଲା । ଯାହାକୁ ସରକାର ମାନିବାକୁ ରାଜି ନାହାନ୍ତି ।

Leave A Reply

Your email address will not be published.