Latest Odisha News

ରବି ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ ବଢାଇଲେ ସରକାର; ଜାଣନ୍ତୁ କାହାର କେତେ ମୂଲ୍ୟ

ନୂଆଦିଲ୍ଲୀ: କୃଷି ବିଲକୁ ନେଇ ବିରୋଧିଙ୍କ ମଧ୍ୟରେ ଅସନ୍ତୋଷ ଜାରି ରହିଥିବା ବେଳେ ସୋମବାର ଦିନ କେନ୍ଦ୍ର ସରକାର ୨୦୨୧-୨୨ ରବି ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି)କୁ ବୃଦ୍ଧି କରିଛନ୍ତି ।

ଏସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

ଜାଣନ୍ତୁ କେଉଁ କୃଷିଜାତ ଦ୍ରବ୍ୟର କେତେ ରହିଛି ସର୍ବନିମ୍ନ ସହାୟକ ମୂଲ୍ୟ…

ଗହମର ଏମଏସପି ୫୦ ଟଙ୍କା ବଢ଼ି କ୍ବିଣ୍ଟାଲ ପିଛା ଦର ହେଲା ୧୯୭୫ ଟଙ୍କା। ଯଅର ଏମଏସପି ୭୫ ଟଙ୍କା ବଢ଼ି କ୍ବିଣ୍ଟାଲ ପିଛା ଦର ହେଲା ୧୬୦୦ ଟଙ୍କା।

ଚଣାର ଏମଏସପି ୨୨୫ ଟଙ୍କା ବଢ଼ି କ୍ବିଣ୍ଟାଲ ପିଛା ଦର ହେଲା ୫୧୦୦ ଟଙ୍କା । ମସୁରର ଏମଏସପି ୩୦୦ ଟଙ୍କା ବଢ଼ି କ୍ବିଣ୍ଟାଲ ପିଛା ଦର ହେଲା ୫୧୦୦ ଟଙ୍କା । ସୋରିଷର ଏମଏସପି ୨୨୫ ଟଙ୍କା ବଢ଼ି କ୍ବିଣ୍ଟାଲ ପିଛା ଦର ହେଲା ୪୬୫୦ ଟଙ୍କା ।

Comments are closed.