Latest Odisha News

BREAKING NEWS

ଓଡ଼ିଶା ଉପକୂଳରେ ହେବ କ୍ଷେପଣାସ୍ତ୍ର ପରୀକ୍ଷଣ, ୨ ଦିନ ଯାଏଁ ମାଛ ଧରା ବ୍ୟାନ

ଭୁବନେଶ୍ୱର: ବାଲେଶ୍ୱରର ଚାନ୍ଦିପୁରରେ ଥିବା ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜ (ITR) ଏବଂ ଭଦ୍ରକ ଜିଲ୍ଲାର ଡକ୍ଟର APJ ଅବଦୁଲ କଲାମ ଦ୍ୱୀପରୁ ଡିଆରଡିଓ କ୍ଷେପଣାସ୍ତ୍ର ପରୀକ୍ଷଣ କରିବା ନେଇ ସୂଚନା ମିଳିଛି।

ଏଥିପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ସମେତ ଉପକୂଳ ଜିଲ୍ଲାଗୁଡ଼ିକ ଉପରେ କଟକଣା ଲାଗୁ କରାଯାଇଛି।

କ୍ଷେପଣାସ୍ତ୍ର ପରୀକ୍ଷଣ ହେବା ପୂର୍ବରୁ ଅର୍ଥାତ୍ ଜୁଲାଇ ୧୬ ସୁଦ୍ଧା ସାମୁଦ୍ରିକ ମତ୍ସ୍ୟଜୀବୀ ମାନଙ୍କୁ ବନ୍ଦରକୁ ଫେରି ଆସିବାକୁ ମତ୍ସ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏଥିସହିତ କ୍ଷେପଣାସ୍ତ୍ର ପରୀକ୍ଷଣ ସମୟରେ ସମୁଦ୍ର ଭିତରକୁ ନ ଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। କାରଣ ଏହି ସମୟରେ ସମୁଦ୍ରରେ ରହିଲେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ଯଦି କେହି ଏହାକୁ ଅମାନ୍ୟ କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପାରାଦୀପର ସହକାରୀ ମତ୍ସ୍ୟ ଅଧିକାରୀ ବିଜୟ କର ଏକ ସାକ୍ଷାତକାରରେ କହିଛନ୍ତି।

ତେବେ ପ୍ରଜନନ ଋତୁ ଏବଂ ଖରାପ ପାଗ ପାଇଁ ୧୫ ଏପ୍ରିଲରୁ ୧୪ ଜୁନ୍ ପର୍ଯ୍ୟନ୍ତ ଦୁଇ ମାସ ମାଛ ଧରା ନିଷେଧ କରାଯାଇଥିଲା। ଯାହାଦ୍ଵାରା ମତ୍ସ୍ୟଜୀବୀ ମାନେ ପ୍ରଭାବିତ ହୋଇଥିଲେ। ତେବେ ବର୍ତ୍ତମାନ୍ ଏହି ପିକ୍ ସିଜନରେ ୨ ଦିନିଆ ନିଷେଧାଦେଶ ସେମାନଙ୍କ ପାଇଁ ଆହୁରି ଚିନ୍ତାର ବିଷୟ ପାଲଟିଛି। ଯେଉଁଥିପାଇଁ ସେମାନେ କ୍ଷତିପୂରଣ ଦେବାକୁ ବିଭାଗକୁ ଅନୁରୋଧ ମଧ୍ୟ କରିଛନ୍ତି।

 

Comments are closed.