Latest Odisha News

BREAKING NEWS

କରୋନା ଯୋଦ୍ଧାଙ୍କୁ ଆକ୍ରମଣ କଲେ ହେବ ୭ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ହେବ ୭ ବର୍ଷ ଜେଲ୍ । କେବଳ ସେତିକି ନୁହେଁ କରୋନା ଯୋଦ୍ଧାଙ୍କୁ ଭେଦଭାବ କରିବେ ସେମାନଙ୍କୁ ୩ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ଭୋଗିବାକୁ ପଡିବ ଜେଲ୍ ଦଣ୍ଡ । ଏଥିସହ ୫୦ ହଜାରରୁ ୨ଲକ୍ଷ ପର୍ଯ୍ୟନ୍ତ ମଧ୍ୟ ଜରିମାନା ଦେବାକୁ ପଡିବ ବୋଲି ଆଜି କେନ୍ଦ୍ର ପ୍ରକାଶ ଜାଭେଡକର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, କୋଭଡି-୧୯ କର୍ମଚାରୀଙ୍କ ସୁରକ୍ଷା ପାଇଁ ସରକାର ଏପିଡେମିକ୍ ରୋଗ ଅଧିନିୟମ ୧୮୯୭ର ସଂଶୋଧନ କରିବା ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ନିୟମ ଅନୁଯାୟୀ ଯେଉଁମାନେ କରୋନା ଯୋଦ୍ଧାକୁ ଆକ୍ରମଣ କରିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି ଘଟଣା ଗୁରୁତର ହୁଏ ତେବେ ଜେଲ ଦଣ୍ଡ ୬ ମାସରୁ ୭ବର୍ଷ ପର‌୍ୟ୍ୟନ୍ତ ବୃଦ୍ଧି କରାଯିବା ସହ ୧-୫ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଜରିମାନା ମଧ୍ୟ ଦେବାକୁ ପଡିପାରେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି।

ଏହା ସହ ଯ ଯଦି ଗାଡି, ମେଡିକାଲ କ୍ଲିନିକ କିମ୍ବା ଫ୍ରଣ୍ଟଲାଇନ କୋଭିଡ-୧୯ କର୍ମଚାରୀଙ୍କ ଅନ୍ୟ କୌଣସି ସମ୍ପତ୍ତିର କ୍ଷତି ହୁଏ, ତେବେ ଅଭିଯୁକ୍ତକୁ କ୍ଷତିଗ୍ରସ୍ତ ସମ୍ପତ୍ତିର ବଜାର ମୂଲ୍ୟରୁ ଦୁଇଗୁଣ ମୂଲ୍ୟ ଦେବାକୁ ପଡିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ।

Leave A Reply

Your email address will not be published.