Latest Odisha News

BREAKING NEWS

ପୋଲିସ-ମାଓବାଦୀ ଗୁଳି ବିନିମୟ, ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଓ ଛତିଶଗଡ ସୀମାବର୍ତ୍ତୀ ଅଂଚଳରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ତୁଲସୀ ପାହାଡର ଦଲଦଲି ଜଙ୍ଗଲରେ ଏସ୍‌ଓଜି ଯବାନମାନଙ୍କ କମ୍ବିଂ ଅପରେସନ୍ ଚାଲିଥିବାବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ।
ଏହା ପରେ ମାଓବାଦୀ ଯବାନଙ୍କୁ ଦେଖି ଗୁଳି ଚାଳନା କରିଥିଲେ । ଯବାନ ମାନେ ମଧ୍ୟ ପାଲଟା ଜବାବ ଦେଇଥିଲେ । ଏହି ଗୁଳିବିନିମୟରେ ମାଓବାଦୀ ଜଙ୍ଗଲର ଆଢୁଆଳରେ ଲୁଚି ପଳାଇ ଯାଇଥିବା ବେଳେ ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଅନେକ ମାଓ ବ୍ୟବହୃତ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି । ସମ୍ପୂର୍କ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥବା ମାଲକାନଗିରି ଏସପି ଋଷିକେଶ ଖିଲାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.