Latest Odisha News

BREAKING NEWS

ଲୋକଙ୍କ ସୁରକ୍ଷା ନେଇ ପ୍ରଶାସନ ପ୍ରସ୍ତୁତ ….

ଭୁବନେଶ୍ୱର: ମାଡ଼ି ଆସୁଛି ୟାସ୍‌ । ବାତ୍ୟାରେ ଉତ୍ତର ଉପକୂଳ ଓଡ଼ିଶା ବିଶେଷ ପ୍ରଭାବିତ ହେବାର ଆଶଙ୍କା ରହିଛି । ଧନଜୀବନ ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ବାତ୍ୟା ପାଇଁ ୧୩ ଗୋଟି ଜିଲ୍ଲାରେ ୬୮୯୧ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି । ଆଶ୍ରୟସ୍ଥଳରୀ ଶୁଖିଲା ଓ ରନ୍ଧା ଖାଦ୍ୟ ସହ ପର୍ଯ୍ୟାପ୍ତ ପିଇବା ପାଣିର ବ୍ୟବସ୍ଥା କରାଯାଇଛି । ଆଲୋକ ସହ ବିଦ୍ୟୁତ୍ ପାଇଁ ବିକଳ୍ପ ବ୍ୟବସ୍ଥା ହୋଇଛି ।

ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଲୋକଙ୍କୁ ମାସ୍କ ଯୋଗାଇ ଦେବା ସହ ସମସ୍ତ ସୁବିଧା ସୁଯୋଗ ଦିଆଯାଇଛି । କେନ୍ଦୁଝର, ଆନନ୍ଦପୁର, ଠାକୁରମୁଣ୍ଡା, ହାଟଡିହି ଅଞ୍ଚଳ ଦେଇ ବାତ୍ୟା ଯିବ । କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରସ୍ତୁତି କରାଯାଇଛି । ପିଇବା ପାଣି ଉପରେ ଗୁରୁତ୍ୱ ଦିଆଯାଇଛି । ୩୫୬ଟି ଟ୍ୟାଙ୍କର, ୨୭୦ଟି ମୋବାଇଲ୍ ରିପ୍ୟାରିଂ ୟୁନିଟ୍, ୪୧୧୭ଟି ପାଇପ୍ ୱାଟର ସପ୍ଲାଏ, ୧୭୮୬ଟି ପିଭିସି ଟ୍ୟାଙ୍କ ଦିଆଯାଇଛି । ଲୋକଙ୍କୁ ସ୍ଥାନାନ୍ତରଣ ଚାଲିଛି । କଚ୍ଚାଘରେ ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯାଇଛି । ଜୁଆର ଆସିବାକୁ ଥିବା ଅଞ୍ଚଳରୁ ସମସ୍ତଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯାଇଛି ।

ଜଗତସିଂହପୁର ଜିଲ୍ଲା ପ୍ରଶାସନ ଜିରୋ କାଜୁଆଲିଟିକୁ ପ୍ରାଧାନ୍ୟ ଦିଆଯାଇଛି । ୧୫ ହଜାରରୁ ଉର୍ଦ୍ଧ୍ଵ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ସେମାନଙ୍କ ନିକଟରେ ରନ୍ଧା ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଇଛି। ୪୨ ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ୧୮୧ ଟି ବିକଳ୍ପ ବାତ୍ୟା ଆଶ୍ରୟସ୍ଥଳୀ କରାଯାଇଛି । ତା ସହିତ ୫୪୨ ଟି ବିଦ୍ୟାଳୟ ଓ ଅଙ୍ଗନବାଡ଼ି ଗୃହକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି।

କେନ୍ଦ୍ରାପଡାରେ ବାତ୍ୟା ୟଶର ମୁକାବିଲା ପାଇଁ ସଜାଗ ରହିଛି ଜିଲ୍ଲା ପ୍ରଶାସନ । ଜିରୋ କାଜୁଆଲିଟୀକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଜନସାଧାରଣ ଙ୍କୁ ସୁରକ୍ଷା ଦେବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ରାଜନଗର ଓ ମହାକାଳପଡା ବ୍ଲକରେ ପାଖାପାଖି ୬୦ ରୁ ୭୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେହିଭଳି ବାତ୍ୟା ପରବର୍ତ୍ତୀ ସମୟର ମୁକାବିଲା ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛି । ୫ଟି NDRF ଟିମ ସହ ୪ ଟି ଓଡ୍ରାଫ ଟିମ ଓ ୫ ଟି ଅଗ୍ନିଶମ ଟିମ ସଜାଗ ରହିଛନ୍ତି ।

ଭଦ୍ରକରେ ମଧ୍ୟ ମୁକାବିଲା ପାଇଁ NDRF ପ୍ରସ୍ତୁତ ରହିଛି । ପ୍ରଶାସନ ପକ୍ଷରୁ ୪୧ ଟି ଗ୍ରାମର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଭଦ୍ରକ ଜିଲ୍ଲାରେ ବାତ୍ୟା ମୁକାବିଲା ପାଇଁ ଅଧିକ ୬ ଟି NDRF ଟିମ ନିୟୋଜିତ ହୋଇଛନ୍ତି । ସମୁଦ୍ର ଉପକୂଳରେ ଥିବା ଗାଁ ମାନଙ୍କରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି । ସେହିପରି ଓଡ୍ରାଫ ଟିମ ମଧ୍ୟ୍ୟ ଜିଲ୍ଲା ପୋଲିସ ଓ ପ୍ରଶାସନ ସହ ମିଶି ସହଯୋଗ କରୁଛି । ଜିଲ୍ଲାରେ ସର୍ବାଧିକ ୭୨ ହଜାର ୯୭୦ ଜଣଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରଣ କରାଯାଇଥିବା ବେଳେ ବାଲେଶ୍ୱରରେ ୪୬ ହଜାର ୮୨୮ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଛି ।

ସେହିଭଳି କେନ୍ଦ୍ରାପଡ଼ା ଜିଲ୍ଲାରେ ବାତ୍ୟା ଆଶ୍ରୟସ୍ଥଳୀକୁ ୧୮ ହଜାର ୩୯୧ ଜଣ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଜଗତସିଂହପୁର ଜିଲ୍ଲାରେ ୯ ହଜାର ୧୨୨ ଜଣ, ପୁରୀରେ ୩ ହଜାର ୫୦୦ ଜଣ ଓ ଯାଜପୁରରେ ୧୧୧୮ ଜଣଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇଛି ।
ଢେଙ୍କାନାଳରେ ମଧ୍ୟ ବର୍ଷା ହେବା ସହିତ ପବନର ମାତ୍ରା ବଢିବାକୁ ଲାଗିଛି।ଜିଲ୍ଲା ପ୍ରଶାସନ ତରଫରୁ ବ୍ରାହ୍ମଣୀ ନଦୀ କୂଳିଆ ତଳି ଅଂଚଳ ଗୁଡିକରେ ଲୋକ ମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକୁ ସ୍ଥାନାନ୍ତର କରାଯାଉଛି। ବିଶେଷ କରି ସପ୍ତଶଯ୍ୟା ପାଦ ଦେଶରେ ଥିବା ସିତୁଳିଆ ପରିବାର ର ୨୦୦ସଦସ୍ୟଙ୍କୁ ସପ୍ତଶଯ୍ୟା ଆଶ୍ରମ ସ୍କୁଲକୁ ସ୍ଥାନାନ୍ତର କରାଯାଉଛି ।

ଏଥିସହ ବାତ୍ୟାକୁ ଦୃଷ୍ଟିରେ ରଖି କୋଭିଡ୍ ହସ୍ପିଟାଲଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି । ହସ୍ପିଟାଲର କବାଟ ଓ ଝରକାକୁ ଅଧିକ ସୁରକ୍ଷିତ କରାଯାଇଛି ।

Leave A Reply

Your email address will not be published.