Latest Odisha News

BREAKING NEWS

ଗୁମନାମୀ ବାବାଙ୍କ ଡିଏନଏ ରିପୋର୍ଟ ଶେୟାର କରିବାକୁ ମନା କଲେ ସରକାର

ନୂଆଦିଲ୍ଲୀ: ନେତାଜୀ ସୁଭାସ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ରହସ୍ୟ ପୁନର୍ବାର ଘନୀଭୂତ ହୋଇଛି । ନିକଟରେ ନେତାଜୀଙ୍କ ପରି ଦେଖା ଯାଉଥିବା ରହସ୍ୟମୟ ଗୁମନାମୀ ବାବାଙ୍କ ଡିଏନଏ ରିପୋର୍ଟ ହୁଗୁଳିର ସାୟକ ସେନ ନାମକ ଜଣେ ବ୍ୟକ୍ତି ଆରଟିଆଇ ମାଧ୍ୟମରେ ମଗାଇଥିଲେ । ଏହାର ଉତର ରଖି ଆରଟିଆଇ ପକ୍ଷରୁ କୁହା ଯାଇଥିଲା ଏହି ତଥ୍ୟ ପ୍ରକାଶ କଲେ ଦେଶରେ ପ୍ରଭୂତ୍ୱ ଓ ଅଖଣ୍ଡତା ଉପରେ ପ୍ରତିକୂଳ ପ୍ରଭାବ ପକାଇବ । ଏଥିପାଇଁ ଏହାକୁ ଶେୟାର କରାଯାଇ ପାରିବ ନାହିଁ । ସୂଚନାଯୋଗ୍ୟ, ସାୟକ ସେନ ସୁଭାଷଙ୍କ ଜୀବନୀ ଉପରେ ଗବେଷଣା କରୁଛନ୍ତି ।

ସେ ସରକାରଙ୍କ ଆଭିମୁଖ୍ୟ ନେଇ କହିଥିଲେ, ବୋଧହୁଏ ଗୁମନାମୀ ବାବା ଜଣେ ସାଧାରଣ ବ୍ୟକ୍ତି ନ ଥିଲେ । ସୁଭାଷ ବୋଷଙ୍କ ସହ ତାଙ୍କର କିଛି ସମ୍ପର୍କ ରହିଛି କିମ୍ବା ସେ ନିଜେ ନେତାଜୀ ବୋଲି ସାୟକ କହିଛନ୍ତି । କିଛି ଦିନ ହେବ ସୁଭାଷଙ୍କ ରହସ୍ୟ ନୀରବି ଯାଇଥିବା ବେଳେ ଏହି ଘଟଣା ଏହାକୁ ପୁନର୍ବାର ଉଜ୍ଜୀବୀତ କରିଛି ।

Leave A Reply

Your email address will not be published.