Latest Odisha News

BREAKING NEWS

ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୨୭୦, ସଂଶୋଧନ କଲେ ସରକାର

ଭୁବନେଶ୍ୱର : ଓଡିଶାରେ କରୋନା ପଜିଟିଭଙ୍କ ସଂଖ୍ୟା ୨୭୧ ନୁହେଁ ୨୭୦ । ଏ ନେଇ ଆଜି ସରକାର ସ୍ପଷ୍ଟ କରିଛନ୍ତି ।
ଆଜି ଅପରାହ୍ନରେ ୨୫ ଜଣ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଥିଲେ । ସେଥିରୁ ୨୪ ଜଣ ଗଂଜାମର ହୋଇଥିବା ବେଳେ ଅନ୍ୟ ଜଣେ ଭୁବନେଶ୍ୱରର ବୋଲି ଦର୍ଶାଯାଇଥିଲା । ଏହାକୁ ମିଶାଇ ମୋଟ ଆକ୍ରନ୍ତଙ୍କ ସଂଖ୍ୟା ୨୭୧ ହୋଇଥିଲା ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଏହାର କିଛି ସମୟ ପରେ ଏହା ୨୭୧ ନୁହେଁ ବରଂ ୨୭୦ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ୨୭୧ ନମ୍ବର ବ୍ୟକ୍ତି ଜଣଙ୍କ ଓଡିଶାର ନୁହେଁ ବରଂ ମହାରାଷ୍ଟ୍ରର ବୋଲି କୁହାଯାଇଛି ।


ତେବେ ସେହି ବ୍ୟକ୍ତି ଜଣଙ୍କ ଜଣେ ଟ୍ରକ ଡ୍ରାଇଭର ଓ ସେ ମୁମ୍ବାଇରୁ ଟ୍ରକ ନେଇ ଭୁବନେଶ୍ୱର ଆସିଥିଲେ । ରାଜଧାନୀରେ ତାଙ୍କ ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବାରୁ ତାକୁ ଚିକିତ୍ସା ଏମ୍ସରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ୱାବ ନମୁନା ପଜିଟିଭ ଆସିଥିଲା । ତେବେ ଏହି ବ୍ୟକ୍ତି ମୁମ୍ବାଇର ହୋଇଥିବାରୁ ତାଙ୍କୁ ଓଡିଶାର ବୋଲି ଧରାଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ତେଣୁ ସରକାରଙ୍କ ସୂଚନାରୁ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୦ ରହିଛି ।

Leave A Reply

Your email address will not be published.