ନୂଆଦିଲ୍ଲୀ: ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ନ୍ୟାସନାଲ କନଫ୍ରେନ୍ସ ନେତା ଫାରୁକ୍ ଅବଦୁଲାଙ୍କ ଉପରୁ ନଜରବନ୍ଦୀ ହଟାଇ ଦିଆଯାଇଛି । ରାଜ୍ୟ ସରକାର ଶୁକ୍ରବାର ଏହି ନିର୍ଦେଶ ଦେଇଛନ୍ତି। ଧାରା ୩୭୦ ଉଚ୍ଛେଦ ପରେ ଅର୍ଥାତ ୫ ଅଗଷ୍ଟରେ ଫାରୁକଙ୍କୁ ହାଉସ ଆରେଷ୍ଟ କରି ରଖାଯାଇଥିଲା। ଏହାପରେ ୧୫ ସେପ୍ଟେମ୍ବରରେ ତାଙ୍କର ନଜରବନ୍ଦୀ କରି ରଖାଯାଇଥିଲା। ପ୍ରାୟ ୬ ମାସ ପରେ ସରକାର ତାଙ୍କର ନଜରବନ୍ଦୀକୁ ଶେଷ କରାଯାଇଛି।
ଫାରୁକ୍ ଅବଦୁଲାଙ୍କ ବ୍ୟତୀତ ତାଙ୍କର ପୁଅ ଓ ପୁର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲା, ମେହବୁବା ମୁଫତି, ଆଇଏଏସ୍ ଅଫିସରରୁ ନେତା ହୋଇଥିବା ଶାହ ଫୈଜଲଙ୍କ ସହିତ ବହୁ ନେତାଙ୍କ ଉପରେ ପିଏସ୍ଏ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ଏହାପରେ ସମସ୍ତ ନେତାଙ୍କୁ ଗିରଫ କରାଯାଇଥିଲା। ଏବେ ଉମର ଅବଦୁଲା, ମେହବୁବା ମୁଫତି, ଶାହ ଫୈଜଲଙ୍କ ସହ ବହୁ ନେତା କଷ୍ଟଡିରେ ଅଛନ୍ତି।ଫାରୁକଙ୍କୁ ୫ ଅଗଷ୍ଟରୁ ଗୃହବନ୍ଦୀ ଭାବରେ ରଖାଯାଇଥିଲା, କିନ୍ତୁ ସରକାର ତାଙ୍କ ବିରୋଧରେ ଗତ ୧୫ ସେପ୍ଟେମ୍ବରରେ ସେଫ୍ଟି ଆକ୍ଟ ମାମଲା ରୁଜୁ କରିଥିଲେ। ଏହାପରେ ତାଙ୍କୁ ୩ ମାସ ପାଇଁ ନଜରବନ୍ଦୀ କରି ରଖାଯାଇଥିଲା। ୩ ମାସର ମିଆଁଦ ୧୫ ଡିସେମ୍ବରରେ ଶେଷ ହେବାର ଥିଲା। ତେବେ ଠିକ୍ ଏହାର ଦୁଇ ଦିନ ପୂର୍ବରୁ ଅର୍ଥାତ ୧୩ ଡିସେମ୍ବରରେ ତାଙ୍କର ନଜରବନ୍ଦୀ ମିଆଦ ୩ ମାସ ଆହୁରି ବଢାଇ ଦିଆଯାଇଥିଲ। ଏବେ ତାଙ୍କର ନଜରବନ୍ଦୀକୁ ଶେଷ କରିବାର ନିଷ୍ପତ୍ତି ନିଆଯାଇଛି।
Comments are closed.