Latest Odisha News

ଫ୍ରଡ କଲ୍ ରୋକିବାକୁ ସରକାରଙ୍କ ନୂଆ ପ୍ରୟାସ

ନୂଆଦିଲ୍ଲୀ: ଆଜିକାଲି ଦେଶରେ ଡିଜିଟାଲ ଅପରାଧର ଅନେକ ମାମଲା ସାମ୍ନାକୁ ଆସୁଛି। ଅନେକ ନାମୀଦାମୀ ବ୍ୟକ୍ତି ମଧ୍ୟ ମୋବାଇଲ୍ ଫୋନ୍ ମାଧ୍ୟମରେ ଠକାମୀର ଶିକାର ହେଉଛନ୍ତି। ଏଭଳି ସ୍ଥିତିରେ ଦେଶ ତଥା ବିଦେଶରେ ବସିଥିବା ଏହି ଅପରାଧୀଙ୍କୁ ଧରିବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ, ଟେଲିକମ୍ ମନ୍ତ୍ରଣାଳୟ ପକ୍ଷରୁ ଏହି ଷଡଯନ୍ତ୍ରକୁ ରୋକିବା ପାଇଁ ନୂଆ ବ୍ୟବସ୍ଥା କରାଯାଉଛି, ଯାହା ଫଳରେ ଆଉ ନକଲି କଲ ସାଧାରଣ ଗ୍ରାହକଙ୍କ ନିକଟରେ ପହଞ୍ଚିବ ନାହିଁ।

ତେବେ ଭାରତରେ ୧୨୦ କୋଟିରୁ ଅଧିକ ଲୋକ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି ଏବଂ ୯୫ କୋଟି ଲୋକ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ଏଥିସହିତ ଆଜିକାଲି ସାଇବର ଠକେଇ ତଥା ଅପରାଧ ପାଇଁ ବିଦେଶରୁ ପ୍ରତିଦିନ ୧ କୋଟିରୁ ଅଧିକ କଲ୍ ଆସୁଛି। ଏହି ସାଇବର ଅପରାଧୀମାନେ ସେମାନଙ୍କର ପ୍ରକୃତ ପରିଚୟ ଲୁଚାଇବା ପାଇଁ କଲିଂ ଲାଇନ୍ ପରିଚୟ (ସିଏଲଆଇ) ବ୍ୟବହାର କରୁଛନ୍ତି।

ନକଲି ଡକ୍ୟୁମେଣ୍ଟ ଆଧାରରେ ମୋବାଇଲ୍ ସଂଯୋଗ ନେଉଥିବା ଲୋକଙ୍କୁ ଧରିବା ପାଇଁ ଟେଲିକମ୍ ବିଭାଗ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରୁଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ସାଇବର ଅପରାଧକୁ ରୋକିବା ପାଇଁ ଆମେ ଜନସାଧାରଣଙ୍କୁ ମଧ୍ୟ ସଚେତନ କରୁଛୁ।

Leave A Reply

Your email address will not be published.