ଟ୍ୟାକ୍ସେସନକୁ ସରଳ, ସଚ୍ଚୋଟ କରଦାତାଙ୍କ ଅସୁବିଧା ସବୁକୁ କମ କରିବା ପାଇଁ ସରକାର ଉଠାଉଛନ୍ତି ପଦକ୍ଷେପ: ନିର୍ମଳା ସୀତାରମଣ
ଭୁବନେଶ୍ୱର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର କହିଛନ୍ତି ଯେ ସରକାର କର ପ୍ରଣାଳୀ କୁ ସରଳ କରିବା ଓ ସଚୋଟ କରଦାତାଙ୍କ ଅସୁବିଧା ସବୁକୁ କମ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଉଠାଉଛନ୍ତି | ସିଏଆଇଟି ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଜ ସଂଵୋଧିତ କରି ସୀତାରମଣ କହିଲେ ଯେ ଜିଏସଟି ଫାଇଲ କରିବା ପ୍ରଣାଳୀ କୁ ଆହୁରି ସରଳ ଓ ଉତ୍ତମ କରିବାପାଇଁ ପ୍ରସ୍ତାବ ଆମନ୍ତ୍ରଣ କରିଛନ୍ତି | ବିଭିନ୍ନ ହିତାଧିକାରୀଙ୍କ ଠାରୁ ମିଳିବାକୁ ଥିବା ପ୍ରସ୍ତାବ ଅନୁସାରେ ସରକାର କର ପ୍ରଣାଳୀକୁ ସରଳ କାରିବାକୁ ପଦକ୍ଷେପ ନେବେ |
କେନ୍ଦ୍ର ବଜେଟ ୨୦୨୦ ର ପୂର୍ବରୁ ସୀତା ରମଣ କହିଛନ୍ତି ଯେ କରଦାତାଙ୍କ ଅସୁବିଧା ସବୁକୁ ସମାପ୍ତ କରିବା ପାଇଁ ଫେସଲେସ ଇ-ଆସେସମେଣ୍ଟ ର ଆରମ୍ଭ କରାଯାଇଥିଲା | ସୀତାରମଣ ଏକ ଫେବ୍ରୁଆରୀ କୁ ନିଜର ପ୍ରଥମ ଓ ସରକାର ଙ୍କ ଦ୍ୱିତୀୟ ବଜେଟ ଆଗତ କରିବେ | ଆଶା କରା ଯାଉଛି ଯେ ସରକାର ଆଗାମୀ ବଜେଟ ରେ ଖପତ ବଢ଼ାଇବା ପାଇଁ ବିଭିନ୍ନ ଉପାୟ ଘୋଷଣା କରିପାରନ୍ତି |
ଅର୍ଥମନ୍ତ୍ରୀ କର ପ୍ରଣାଳୀ କୁ ଅଧିକ ପାରଦର୍ଶି କରିବା ପାଇଁ ସରକାର ଙ୍କ ଦ୍ୱାରା ଉଠା ଯାଉଥିବା ପଦକ୍ଷେପ ଉଲ୍ଲେଖ କରିଥିଲେ | ସୂଚନାଯୋଗ୍ୟ ଯେ , କର ବିଭାଗ ଏକ ଅକ୍ଟୋବର, ୨୦୧୯ ରୁ ଡକ୍ୟୁମେଣ୍ଟ ଆଇଡେଣ୍ଟିଫିକେଶନ ନମ୍ବର (ଡିନ) ର ଆରମ୍ଭ କରିଥିଲେ | ଏହି ପ୍ରକ୍ରିୟାରେ ଆୟ କର ବିଭାଗ ଦ୍ଵାରା ମିଳିବାକୁ ଥିବା କୌଣସି ନୋଟିସ, ଅପିଲ ବା କମ୍ୟୁନିକେଶନ ର ସତ୍ୟତା କୁ ଯାଞ୍ଚ କରାଯାଇପାରିବ |
ଅର୍ଥମନ୍ତ୍ରୀ କହିଛନ୍ତି ଯେ ଖୁବଶୀଘ୍ର ପୁରା ଦେଶରେ ସପିଙ୍ଗ ଫେଷ୍ଟିବାଲ ଅୟୋଜନ କରାଯିବ | ସୀତାରମଣ କାରବାରକୁ ପ୍ରୋତ୍ସାହିତ କରିବାକୁ ପୂର୍ବ ବର୍ଷ ସପ୍ଟେମ୍ବର ରେ ଭାରତ ରେ ବ୍ୟାପକ ସପିଙ୍ଗ ଫେଷ୍ଟିବାଲ ଅୟୋଜନ କରାଯିବାକୁ କହିଥିଲେ | ମାର୍ଚ୍ଚ, ୨୦୨୦ ରୁ ଏହି ସପିଙ୍ଗ ଫେଷ୍ଟିବାଲ ଆୟୋଜନ ଦୁବାଇରେ ଆୟୋଜିତ ହେବାକୁ ଥିବା ବିଶାଳ ବ୍ୟାପାର ମେଳା ଅନୁସାରେ କରାଯିବ | ବାଣିଜ୍ୟ ମନ୍ତ୍ରାଳୟ ଏହି ପ୍ରୋଜେକ୍ଟ ଉପରେ କାମ କରୁଛି | ଅଶାକରାଯାଉଛି ଯେ ଦେଶରେ ଥିବା ଉତ୍ପାଦନକାରୀଙ୍କ ଜିନିଷ ବିକ୍ରୀ ପାଇଁ ବଡ଼ ପ୍ଲାଟଫର୍ମ ମିଳିଯିବ |
Comments are closed.