ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ୱିକେଟକିପର ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ପ୍ରଦର୍ଶନ ବଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଟିମ ଇଣ୍ଡିଆ ପକ୍ଷରୁ ସେ ସମସ୍ତ ଫର୍ମାଟରେ ଖେଳିବା ଜାରୀ ରଖିଛନ୍ତି । ଇତି ମଧ୍ୟରେ ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ ମାଥ୍ୟୁ ହେଡେନଙ୍କ ଝିଅ ଗ୍ରେସ ହେଡେନ କହିଛନ୍ତିି ସେ ପନ୍ତଙ୍କୁ ପସନ୍ଦ କରନ୍ତି । ତାଙ୍କୁ ଯେତେବେଳେ ପଚରାଗଲା କେଏଲ ରାହୁଲ ଓ ପନ୍ତଙ୍କ ମଧ୍ୟରେ କିଏ ଭଲ ଖେଳାଳି ସେ କହିଥିଲେ, ମୁଁ ପନ୍ତଙ୍କୁ ପସନ୍ଦ କରେ ।
ମାରାତ୍ମକ ଦୁର୍ଘଟଣା ପରେ ସେ ଯେଉଁଭଳି ଭାବେ କ୍ରିକେଟକୁ ପୂନର୍ବାର ପ୍ରତ୍ୟାବର୍ତନ କଲେ ତାହାକୁ ଯେତେ ପ୍ରଶଂସା କରାଯିବ କମ ହେବ । ନିକଟରେ ପାଦରେ ବଲ ବାଜିବା ସତ୍ୱେ ସେ ଛୋଟେଇ ଛୋଟେଇ ବ୍ୟାଟିଂ କରିବାକୁ ଆସିଥିଲେ । ଇଂଲଣ୍ଡ ବିପକ୍ଷ ସିରିଜରେ ପନ୍ତ ୪ଟି ମ୍ୟାଚରେ ୪୬୯ ରନ କରିଥିଲେ । ଅପରପକ୍ଷରେ ଗ୍ରେସ ହେଡେନ ଏବେ ଦିଲ୍ଲୀ ପ୍ରିମିୟର ଲିଗରେ ଆଙ୍କର କାମ କରୁଛନ୍ତି । ଏହା ପୂର୍ବରୁ ସେ ଆଇପିଏଲରେ ମଧ୍ୟ ଷ୍ଟାର ସ୍ପୋର୍ଟ୍ସ ପକ୍ଷରୁ ଘୋଷିକା ଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ ।
Comments are closed.