Latest Odisha News

BREAKING NEWS

ଆରପାରିକୁ ଚାଲିଗଲା ଗ୍ୟାଲାପାଗୋସ ପ୍ରଜାତିର ୧୪୧ ବର୍ଷୀୟ କଇଁଛ ଗ୍ରେମା

ୱାଶିଂଟନ: ଅମେରିକାର ସନ ଡିଏଗୋ ଚିଡିଆଖାନାର ବୟୋଜ୍ୟେଷ୍ଠ ଗ୍ୟାଲାପାଗୋସ ପ୍ରଜାତିର କଇଁଛ ଗ୍ରେମ ଆରପାରିକୁ ଚାଲିଯାଇଛି । ମୃତ୍ୟୁ ବେଳକୁ ଏହି ଲାଜକୁଳା ଓ ଶାନ୍ତ କଇଁଛର ବୟସ ୧୪୧ ବର୍ଷ ହୋଇଥିଲା । ଚିଡିଆଖାନାର ପ୍ରତ୍ୟେକ କର୍ମଚାରୀ ଓ ପର୍ଯ୍ୟଟକ ଗ୍ରେମାକୁ ବେଶ ପସନ୍ଦ କରୁଥିଲେ । ସ୍ୟାନ ଡିଏଗୋ ଜୁ କୁ ଏହା କେବେ ଆସିଥିଲା ତାହା ସ୍ପଷ୍ଟ ପ୍ରମାଣିତ ହୋଇପାରିନି । ତଥାପି ୧୯୨୮ କିମ୍ବା ୧୯୩୧ରେ ଏହା ଗ୍ୟାଲାପୋଗୋସ କଇଁଛର ପ୍ରଥମ ଗ୍ରୁପ ଭାବେ ଏଠାକୁ ଆସିଥିଲା । ଗ୍ରେମାକୁ ଜୁ ର ରାଣୀ କୁହାଯାଇଥିଲା । ବୟସ ବଢ଼ିବା ପରେ ସେ ହାଡ ସମସ୍ୟାରେ ପଡିଥିଲା । ଶେଷରେ ତାର ମୃତ୍ୟୁ ଘଟିଥିଲା ବୋଲି ଜୁ ଅଧିକାରୀ କହିଛନ୍ତି ।

ସୋସିଆଲ ମିଡିଆରେ ଗ୍ରେମାଙ୍କ ପ୍ରତି ପର୍ଯ୍ୟଟକଙ୍କ ଶ୍ରଦ୍ଧାଞ୍ଜଳୀର ସୁଅ ଛୁଟିଥିଲା । ସାଧାରଣତଃ ଏହି ପ୍ରଜାତିର କଇଁଛ ଜଙ୍ଗଲରେ ୧୦୦ରୁ ଅଧିକ ବୟସ ବଂଚି ପାରନ୍ତି ନାହିଁ । ତେବେ ଚିଡିଆଖାନାରେ ପ୍ରତ୍ୟକ୍ଷ ତତ୍ୱାବଧାନରେ ରହିଲେ ଏହାର ଆୟୁ ବଢ଼ି ଯାଇଥାଏ । ହ୍ୟାରିୟଟ ନାମକ କଇଁଛ ଅଷ୍ଟ୍ରେଲିଆରେ ୧୭୫ ବର୍ଷ ପର୍ଯ୍ୟନ୍ତ ବଂଚିଥିଲା । ଗ୍ୟାଲାପୋଗସ ପ୍ରଜାତି ଏବେ ଲୁପ୍ତ ହେବା ପର୍ଯ୍ୟାୟରେ ପଂହଚିଛନ୍ତି । ଓଭରାଲ ୧୫ ସବ ସ୍ପେଶୀଜ ମଧ୍ୟରୁ ୩ଟି ଲୋପ ପାଇ ସାରିଛନ୍ତି । ଏବେ ବିଭିନ୍ନ ଚିଡିଖାନାରେ ଏହି କଇଁଛର ପ୍ରଜାତିକୁ ବଂଚାଇ ରଖିବା ପାଇଁ ଉଦ୍ୟମ ଜାରୀ ରହିଛି ।

Comments are closed.