Latest Odisha News

BREAKING NEWS

ପୁଣି ଚର୍ଚ୍ଚାରେ ରିକି କେଜ: ଗାଇଲେ ଜାତୀୟ ସଙ୍ଗୀତର ନୂଆ ଭର୍ସନ

ନୂଆଦିଲ୍ଲୀ: କିଛି ଦିନର ଅନ୍ତରାଳ ପରେ ପୁଣି ଚର୍ଚ୍ଚାରେ ଗ୍ରାମି ବିଜେତା ତଥା ବିଶ୍ୱ ପ୍ରସିଦ୍ଧ ସଂଗୀତଜ୍ଞ ରିକି କେଜ । ସ୍ୱାଧୀନତା ଦିବସ ଅବସରରେ ଜାତୀୟ ସଙ୍ଗୀତର ଏକ ନୂତନ ଇନ୍‌ଷ୍ଟ୍ରୁମେଣ୍ଟ ଭର୍ସନ ଜାରି କରିଛନ୍ତି ରିକି । ଏହାକୁ ଲଣ୍ଡନ ସ୍ଥିତ ୧୦୦ ସଦସ୍ୟ ବିଶିଷ୍ଟ ରୟାଲ ଫିଲହାର୍ମୋନିକ୍ ଅର୍କେଷ୍ଟ୍ରା ସହଯୋଗରେ ରଚନା କରାଯାଇଛି । ଏହାର ଭିଡିଓ ଇଣ୍ଟରନେଟରେ ଏବେ ହଇଚଇ ସୃଷ୍ଟି କରିଛି । ଲୋକମାନେ ଏହାକୁ ଦେଶପ୍ରେମୀ ଏବଂ ଭାବପ୍ରବଣ ଉପସ୍ଥାପନା ବୋଲି କହିଛନ୍ତି ।

ସଙ୍ଗୀତକାର ରିକି କେଜ ଗତ ସୋମବାର ଏହି ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଆସିବା ମାତ୍ରେ ଖୁବ୍‌ ଭାଇରାଲ ହୋଇଛି । ୟୁଜର୍ସମାନେ ଏହାକୁ ଯାଦୁକର ଏବଂ ଚମତ୍କାର ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତା ଶଶି ଥରୁର ମଧ୍ୟ ଏହାର ପ୍ରଶଂସା କରିଛନ୍ତି । ଏହାର ଭିଡିଓ ଟ୍ୱିଟରରେ ମଧ୍ୟ ସେୟାର କରାଯାଇଛି । ରିକି କେଜଙ୍କ ଦ୍ୱାରା ରଚିତ ଜାତୀୟ ସଂଗୀତକୁ ଚମତ୍କାର, ଏବଂ ଏହା ନିଶ୍ଚିତ ଭାବରେ ଦେଶକୁ ଗର୍ବିତ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେହିପରି ଲୋକସଭା ସାଂସଦ ତଥା କଂଗ୍ରେସ ନେତା ଶଶି ଥରୁର ମଧ୍ୟ ଏହି ସୁନ୍ଦର ଉପସ୍ଥାପନାକୁ ପସନ୍ଦ କରିଥିଲେ ଏବଂ ଲେଖିଥିଲେ ଯେ, @ rickykej- ତୁମେ ଆମକୁ ଗର୍ବିତ କରିଛ ।


ଭିଡିଓ ସେୟାର କରି ସେ କହିଛନ୍ତି ଯେ, ‘‘ମୁଁ କିଛି ଦିନ ପୂର୍ବରୁ ଲଣ୍ଡନର ପ୍ରସିଦ୍ଧ ଆବି ରୋଡ ଷ୍ଟୁଡିଓରେ ଜାତୀୟ ସଂଗୀତର ପ୍ରସ୍ତୁତି ପାଇଁ ୧୦୦ ବ୍ରିଟିଶ ଅର୍କେଷ୍ଟ୍ରା, ରୟାଲ ଫିଲହର୍ମୋନିକ୍ ଅର୍କେଷ୍ଟ୍ରାର ଆୟୋଜନ କରିଥିଲି। ଜାତୀୟ ସଂଗୀତ ରେକର୍ଡ କରିବାରେ ଏହା ହେଉଛି ସବୁଠାରୁ ବଡ ଓ ଚମତ୍କାର ଅର୍କେଷ୍ଟ୍ରା ! ସ୍ୱାଧୀନତା ଦିବସ ଅବସରରେ ମୁଁ ତୁମ ସମସ୍ତଙ୍କ ସହିତ ଏହି ଐତିହାସିକ ରେକର୍ଡିଂ ସେୟାର କରୁଛି – ଏହାକୁ ବ୍ୟବହାର କରନ୍ତୁ, ଏହାକୁ ସେୟାର କରନ୍ତୁ, ଦେଖନ୍ତୁ, କିନ୍ତୁ ସମ୍ମାନର ସହିତ । ଏହା ବର୍ତ୍ତମାନ ଆପଣଙ୍କର । ଜୟ ହିନ୍ଦ।“

 

Comments are closed.