Latest Odisha News

ଜେଜେମାଙ୍କୁ ଗର୍ଭବତୀ କଲେ ନାତି : ସୋସିଆଲ ମିଡ଼ିଆରେ ସେୟାର କଲେ ରୋମାଣ୍ଟିିକ୍ ଫଟୋ

ଏହାକୁ ଏକ ବ୍ୟତିକ୍ରମ ବୋଲି କୁହାଯାଇପାରିବ । କାରଣ ସମ୍ପର୍କର ଧାରା ଭିତରେ ଏହା କିଛି ଅଲଗା । ବିଶ୍ୱାସ ନ ହେଉ ଥିଲେ ବି ସତ ବୋଲି ମାନିବାକୁ ପଡ଼ିବ । ନିଜ ଜେଜେମାଙ୍କୁ ଗର୍ଭବତୀ କଲେ ନାତି । ନିଜ ନାତିଙ୍କୁ ଖୁବ୍ ଭଲ ପାଉଥିଲେ ଜେଜେମା । ବୃଦ୍ଧାବସ୍ଥାରେ ତା’ ସନ୍ତାନର ମାଆ ହେବାକୁ ଯାଉଛନ୍ତି । ଉଭୟଙ୍କର ଏପରି କିଛି ରୋମାଣ୍ଟିକ ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ଖବର ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ଏହିସବୁ ଫଟୋକୁ ଦେଖି ଅନେକ କଡ଼ା ମନ୍ତବ୍ୟ ଦେବା ସହିତ ଜେଜେମା ଓ ନାତି ଭିତରେ ଥିବା ପବିତ୍ର ସମ୍ପର୍କକୁ ଏମାନେ କଳଙ୍କିତ କରିଛନ୍ତି ବୋଲି ମତ ମଧ୍ୟ ରଖିଛନ୍ତି । ଆଉ କିଛି ଲୋକଙ୍କ ଯୁକ୍ତି ପଇସା ପାଇଁ ଉଭୟଙ୍କ ଭିତରେ ଏମିତି ଅପବିତ୍ର ସମ୍ପର୍କ ଗଢି ଉଠିଛି । ହେଲେ ଏହାର ପ୍ରକୃତ କାରଣ ଜାଣିଲେ ଆପଣଙ୍କ ରକ୍ତ ବି ଗରମ ହୋଇଯିବ ।

୭୬ ବର୍ଷ ବୟସ୍କା ବୃ୍‌ଦ୍ଧା ମିଲେନା ଗାଟା । ତାଙ୍କର ପ୍ରେମିକ ୧୯ ବର୍ଷ ବୟସ୍କ ଜିଉସେପ୍ ଡିଆନା । ଉଭୟ ଉଭୟଙ୍କୁ ବହୁତ ଭଲ ପାଆନ୍ତି । ସୋସିଆଲ ମିଡ଼ିଆରେ ତାଙ୍କର ଅନେକ ରୋମାଣ୍ଟିକ ଫଟୋ ଓ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି । ଦୁହେଁ ଗୋଟେ କୋଠରୀରେ ଦମ୍ପତିଙ୍କ ପରି ଚୁମ୍ବନ ଦେବା ସହ ହାତ ଧରି ରୋମାନ୍ସ କରୁଥିବା ଦେଖିବାକୁ ମିଳିଛି । ମିଲେନା ଡିଆନାଙ୍କୁ ଏକ ଉପହାର ଦେଉଥିବାର ନଜର ଆସିଛନ୍ତି । ମିଲେନା କହିଛନ୍ତି ସେ ଡ଼ିଆନାଙ୍କୁ ବହୁ ଦାମି ଉପହାର ମଧ୍ୟ ଦେଇଛନ୍ତି । ସେମାନେ ଉଭୟ ଡେଟିଂ କରୁଛନ୍ତି । ଏମିତି କି ମିଲେନା ଗର୍ଭବତୀ ହେବାର ଫଟୋ ଏବଂ ଭିଡିଓ ମଧ୍ୟ ସେୟାର କରିଥିଲେ । ଏହି ଭିଡ଼ିଓ ଓ ଫଟୋ ନେଇ ସପ୍ତାହକରୁ ଅଧିକ ସମୟ ଧରି ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖାଦେଇଥିଲା ।
ସୋସିଆଲ ମିଡ଼ିଆରେ ଏଭଳି ଅଜବ ସମ୍ପର୍କର ତଥ୍ୟକୁ ନେଇ ଲୋକଙ୍କ ଯୁକ୍ତି ହେଲା,ଉଭୟଙ୍କ ମଧ୍ୟରେ ୫୭ ବର୍ଷର ବୟସ ପାର୍ଥକ୍ୟ ରହିଛି । ଏହା ସମାଜରେ ଆଦର୍ଶ ଯୋଡ଼ି ନୁହେଁ । ଏମାନେ ସମାଜ ପାଇଁ କଳଙ୍କିତ । ମିଲେନା ଟଙ୍କା ବଳରେ ଡ଼ିଆନାଙ୍କୁ ଫସାଇଛନ୍ତି ଭଳି ଖରାପ ମନ୍ତବ୍ୟ ଲୋକମାନେ ଦେଇ ଚାଲିଛନ୍ତି । ଅନ୍ୟ କିଛି ଲୋକଙ୍କ ମତ ହେଲା, ଏହା ପ୍ରକୃତ ପ୍ରେମ ନୁହେଁ । ମିଲେନାଙ୍କ ଟଙ୍କାକୁ ହିଁ ଡ଼ିଆନା ଭଲ ପାଆନ୍ତି ।

ତେବେ ଏହି ଚର୍ଚ୍ଚାରେ ଉଭୟ ଜେଜେମା ଓ ନାତି ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ସେମାନେ ଯାହା ତଥ୍ୟ ରଖୁଛନ୍ତି, ସେହି ଆଧାରରେ ଆପଣ ନିଶ୍ଚୟ ରାଗିବେ । କଥାଟି ହେଲା ଏ ପର୍ଯ୍ୟନ୍ତ ସେମାନେ ଯାହା ସୋସିଆଲ ମିଡ଼ିଆରେ ତଥ୍ୟ ରଖୁଛନ୍ତି ମୂଳ କଥାଟି ତାହାଠାରୁ ଭିନ୍ନ । ଲୋକଙ୍କ ଅସନ୍ତୋଷକୁ ଦେଖି ଉଭୟ କହିଛନ୍ତି, ପ୍ରକୃତରେ ସେମାନେ ଜେଜେମା ଏବଂ ନାତି । ଏହା ପ୍ରକୃତରେ ଅବାସ୍ତବ ଘଟଣା । ସେମାନେ ପ୍ରାଙ୍କ୍ କରୁଥିଲେ । ଲୋକଙ୍କ ମୁଡ଼କୁ ଜାଣିବା ପାଇଁ ମିଛ ନାଟକ ରଚନା କରିଥିଲେ । ତେଣୁ ଉଭୟଙ୍କୁ କେହି ଭୁଲ ନ ବୁଝିବାକୁ ସେମାନେ ଅନୁରୋଧ ମଧ୍ୟ କରିଛନ୍ତି ।

Comments are closed.