Latest Odisha News

BREAKING NEWS

ଜେଜେବାପା ମହିଳାଙ୍କ ପରି ମେକଅପ ନିଅନ୍ତି, କାରଣ ଜାଣିଲେ ଆଖିରେ ଆସିବ ଲୁହ

ଚୀନ: କୁହାଯାଏ ମଣିଷ ପରିସ୍ଥିତିର ଦାସ । ପରିସ୍ଥିତି ଅନୁଯାୟୀ ମଣିଷ ଏକ ମୋଡ଼ ନେଇଥାଏ । ପରିସ୍ଥିତି କାହାକୁ ସବୁଠାରୁ ଶକ୍ତିଶାଳୀ କରିଥାଏ ତ ଆଉ କାହାକୁ ଅସହାୟ । ଚୀନ୍‌ର ଜଣେ ବୃଦ୍ଧ ନିଜକୁ ମହିଳାଙ୍କ ପରି ଏମିତି ସଜ୍ଜେଉଛନ୍ତି, ଯାହାର କାରଣ ଜାଣିଲେ ଆପଣ ଅଶ୍ଚର୍ଯ୍ୟ ହୋଇଯିବେ ।

ଚୀନ୍‌ରେ ରୁହନ୍ତି ୭୨ ବର୍ଷିୟ ଜୁ ୟୁନଚାଙ୍ଗ । ସେ ସୋସିଆଲ ମିଡିଆରେ ଖୁବ୍ ଲୋକପ୍ରିୟ । ଏହି ବୟସରେ, ସେ ନିଜକୁ ମହିଳାଙ୍କ ପରି ମେକ୍‌ଅପ୍‌୍ ନେଉଛନ୍ତି । ବୃଦ୍ଧଙ୍କ ମେକଅପ୍ ଭିଡିଓ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି, ଆଖିରେ ଆଇଲାଇନ୍ ଲଗାନ୍ତି ଏବଂ ଓଠରେ ଲିପଷ୍ଟିକ୍ ଲଗାନ୍ତି । ଅନେକ ଲୋକ ତାଙ୍କୁ ଟ୍ରୋଲ ମଧ୍ୟ କରନ୍ତି । କିନ୍ତୁ ଏହା କରିବା ପଛରେ ଏକ ବଡ଼ କାରଣ ରହିଛି ।

ଜୁ ଜଣେ ଅବସରପ୍ରାପ୍ତ ବ୍ୟକ୍ତି । ୬ ବର୍ଷ ପୂର୍ବେ ଜଣାପଡିଥିଲା ଯେ, ତାଙ୍କ ନାତି ଜିଆଓ ଜିଙ୍ଗିଆନଙ୍କର ଏକ ମାରାତ୍ମ ରୋଗରେ ପୀଡ଼ିତ । ତାଙ୍କର ମେରୁଦଣ୍ଡର ମାଂସପେଶୀରେ ଆଟ୍ରୋଫି ନାମକ ଏକ ରୋଗ ଥିଲା । ପିଲାଟିକୁ ସେତେବେଳେ ମାତ୍ର ୫ ବର୍ଷ ହୋଇଥିଲା । ଡାକ୍ତରମାନେ କହିଥିଲେ ଯେ ସେ ସର୍ବାଧିକ ୧୮ ମାସ ବଞ୍ଚିପାରିବ । ହେଲେ ପିଲାଟି ତା’ଠାରୁ ଅଧିକ ଦିନ ବଞ୍ଚିଥିଲା । କାରଣ ପରିବାର ସଦସ୍ୟ ତାଙ୍କୁ ଚିକିତ୍ସା କରିବାରେ କୌଣସି ଅବହେଳା କରି ନ ଥିଲେ । କିନ୍ତୁ ଯେତେବେଳେ ଖର୍ଚ୍ଚ ପାଇଁ ଅର୍ଥର ଅଭାବ ଦେଖାଗଲା, ସେତେବେଳେ ଜେଜେବାପା ତାଙ୍କୁ ସାହାଯ୍ୟ ପାଇଁ ହାତ ବଢାଇଲେ । ଶିଶୁର ଏହି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଔଷଧ ଆମେରିକାରୁ ଆମଦାନୀ କରିବାକୁ ପଡିବ, ଯାହାର ମୂଲ୍ୟ ୮୨ ଲକ୍ଷ ଟଙ୍କା ।

ଏହି ସମୟରେ, ଜୁ ଜାଣିବାକୁ ପାଇଲେ ଯେ ଆଜିକାଲି ମେକ୍ ଅପ୍ ରିଭ୍ୟୁ ଏବଂ ଲାଇଭଷ୍ଟ୍ରିମିଂ କରି ଅନେକ ଟଙ୍କା ରୋଜଗାର କରାଯାଇପାରୁଛି । ତେଣୁ ସେ ଏକ ସ୍ଥାନୀୟ ପାର୍ଲରକୁ ଯାଇ ମେକଅପ୍ କରିବା ଶିଖିଲେ । ପରେ ସେ ମେକଅପ୍ ଭିଡିଓ ତିଆରି କରିବା ଆରମ୍ଭ କଲେ । କମ୍ପାନୀଗୁଡିକ ସେମାନଙ୍କ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କୁ ଦେୟ ଦେବା ଆରମ୍ଭ କଲେ । ଧୀରେ ଧୀରେ ତାଙ୍କର ଫଲୋଅର୍ସ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଲା । ସେ କହିଛନ୍ତି ଯେ ଯେତେବେଳେ ତାଙ୍କ ନାତି ସଂପୂର୍ଣ୍ଣ ସୁସ୍ଥ ହୋଇଯିବ, ସେତେବେଳେ ସେ ସୌନ୍ଦର୍ଯ୍ୟ ବ୍ଲଗିଂ କରିବା ବନ୍ଦ କରିଦେବେ ।

Leave A Reply

Your email address will not be published.