Latest Odisha News

ନିଆଁ ଆଁ ରେ ଗ୍ରୀସ, ୫ଦିନ ପରେ ବି ନିୟନ୍ତ୍ରଣକୁ ଆସୁନି ସ୍ଥିତି

ଆଥେନ୍ସ: ଗ୍ରୀସ ଜଙ୍ଗଲରେ ଅଗ୍ନିକାଣ୍ଡ ଧିରେ ଧିରେ ଜନବସତି ଆଡକୁ ଆସିବାକୁ ଲାଗିଛି । ୫ଦିନ ବିତି ଯାଇଥିଲେ ମଧ୍ୟ ଏହି ନିଆଁକୁ ନିୟନ୍ତ୍ରଣ କରାଯାଇ ପାରୁ ନାହିଁ । ଜଙ୍ଗଲ ଆଖ ପାଖ ଅଂଚଳର ଲୋକମାନେ ଭୟରେ ଘର ଛାଡି ପଳାଇ ଯିବାକୁ ବାଧ୍ୟ ହେଉଛନ୍ତି । ରାଜଧାନୀ ଏଥେନ୍ସର ଉତରାଚଂ ଧୂଆଁର ଚାଦର ପାଲଟି ଗଲାଣି କହିଲେ ଭୁଲ ହେବ ନାହିଁ । ୬ଟି ସହରକୁ ଏବେ ହାଇ ଆଲର୍ଟରେ ରଖାଯାଇଛି ।

ସେହିପରି ୪୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିଯାଇଛି । ୬୪ ଜଙ୍ଗଲ ଏବେ ବି ଜଳୁଛି । ସରକାର, ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ୟମ କରାଯାଉଥିଲେ ମଧ୍ୟ ବିଶେଷ ଫାଇଦା ଏ ପର୍ଯ୍ୟନ୍ତ ମିଳି ନାହିଁ । ୭ ବ୍ୟକ୍ତି ଏବଂ ଅନେକ ଏଥିରେ ଆହତ ହୋଇଥିବା ଜଣାପଡିଛି । ଜଙ୍ଗଲ ପ୍ରାଣୀ ଏବଂ ସମ୍ପଦ ସମ୍ପର୍କରେ ସବିଶେଷ ତଥ୍ୟ ହସ୍ତଗତ ହୋଇ ନାହିଁ ।

Comments are closed.