Latest Odisha News

ସବୁଜ ରଙ୍ଗର ଅଣ୍ଡା, ଗୋଟେ ଶିଝାଇଲେ ଖାଇବେ ପୁରା ପରିବାର

ସାଧାରଣତଃ ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ ନିୟମିତ ଅଣ୍ଡା ଖାଇବାକୁ ଡ଼ାକ୍ତରମାନେ ପରାମର୍ଶ ଦେଇଥାନ୍ତି । କାରଣ ଏହା ଏକ ପୁଷ୍ଟିକର ଖାଦ୍ୟ ଅଟେ । ଅଣ୍ଡା ପ୍ରାୟତଃ ଧଳା ରଙ୍ଗର ହୋଇଥାଏ । କିନ୍ତୁ ବଜାର ବ୍ରାଉନ୍ କଲର ଅଣ୍ଡା ମଧ୍ୟ ମିଳିଥାଏ, ଯାହାକୁ ଆମେ ଦେଶୀ ଅଣ୍ଡା ବୋଲି କହିଥାଉ । ଅଣ୍ଡାକୁ ଶିଝାଇବା ପାଇଁ ପ୍ରାୟ ୮-୧୦ ମିନିଟ୍ ସମୟ ଲାଗୁଥିବା ବେଳେ ଜଣେ ଆରାମରେ ୪-୫ ଅଣ୍ଡା ଖାଇପାରେ । କିନ୍ତୁ ଏବେ ବଜାରକୁ ଆସିଛି ସବୁଜ ରଙ୍ଗର ଅଣ୍ଡା । ଯଦି ଗୋଟେ ଅଣ୍ଡାକୁ ଶିଝାଯାଏ, ତେବେ ପୁରା ପରିବାର ଏହାକୁ ପେଟପୁରା ଖାଇପାରିବେ ।

ଆପଣ ଓଟପକ୍ଷୀ ଅଣ୍ଡା ବିଷୟରେ ଶୁଣିଥିବେ ନିଶ୍ଚୟ । ଏମାନେ ଏକାଥରକେ ବହୁ ପରିମାଣର ଅଣ୍ଡା ଦେଇଥାନ୍ତି । ଏହି ଅଣ୍ଡା ଶିଝିବାକୁ ଦେଢ ଘଣ୍ଟା ସମୟ ଲାଗିଥାଏ । ସେହିପରି ଆଉ ଏକ ସମାନ ପକ୍ଷୀ ଅଛି, ଯାହାର ଅଣ୍ଡା କେବଳ ସୁନ୍ଦର ନୁହେଁ ବରଂ ସ୍ୱାଦିଷ୍ଟ ମଧ୍ୟ । ଏହାକୁ କେବଳ ଖାଇହେବ ନାହିଁ, ବରଂ ଚୋପାକୁ ମଧ୍ୟ ସଂରକ୍ଷଣ କରାଯାଇପାରିବ । ଏହି ପକ୍ଷୀ ହେଲା ଏମୁ ପକ୍ଷୀ । ଏହାର ଅଣ୍ଡାର ଓଜନ ପ୍ରାୟ ଅଧକିଲୋରୁ ଗୋଟେ କିଲୋ ପର୍ଯ୍ୟନ୍ତ ହୋଇଥାଏ । ସାଧାରଣତଃ କୁକୁଡ଼ାର ଅଣ୍ଡା ପ୍ରାୟ ୧୦ ମିନିଟରେ ଶିଝିଯାଉଥିବା ବେଳେ ଏମୁ ପକ୍ଷୀ ଅଣ୍ଡା ଶିଝିବାକୁ ପ୍ରାୟ ୨ ଘଣ୍ଟା ସମୟ ଲାଗିଥାଏ । ଏହାର ଗୋଟିଏ ଅଣ୍ଡାକୁ ଶିଝାଇଲେ ବା ଆମଲେଟ କଲେ ପ୍ରାୟ ୫/୬ ଜଣ ଆରାମରେ ଖାଇ ପାରିବେ ।

ଏହାର ଗୋଟିଏ ଅଣ୍ଡା ଭିତରେ ବହୁତ କ୍ୟାଲୋରୀ ରହିଥାଏ । ଯାହା ଅନେକ ଲୋକଙ୍କୁ ଶକ୍ତି ଯୋଗାଇଥାଏ । ଏହି ଅଣ୍ଡା ଦେଖିବାକୁ ସବୁଜ ରଙ୍ଗର ଓ ବହୁତ ସୁନ୍ଦର । ଏହା ଗୋଟେ ସୁନ୍ଦର ପଥର ପରି ଦେଖାଯାଇଥାଏ । ଏହାକୁ ଭାଙ୍ଗିବା ପାଇଁ ବହୁ ପରିଶ୍ରମ କରିବାକୁ ମଧ୍ୟ ପଡ଼ିଥାଏ । ଏପରି ଅଣ୍ଡାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଇଯାଇଛନ୍ତି ।

Comments are closed.