Latest Odisha News

ଇନ୍ଦୋରରେ ଗ୍ରୀନ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ୩୪ ବର୍ଷୀୟ ବ୍ୟକ୍ତି ଗ୍ରୀନ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଉକ୍ତ ବ୍ୟକ୍ତିଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ମୁମ୍ବାଇକୁ ସ୍ଥାନାନ୍ତର କରାଯାଇଛି ବୋଲି ଜଣେ ବରିଷ୍ଠ ଡାକ୍ତର ମଙ୍ଗଳବାର କହିଛନ୍ତି।

ହସ୍ପିଟାଲ୍‌ କର୍ତ୍ତୁପକ୍ଷଙ୍କ କହିବା ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତି କରୋନାରୁ ଆରୋଗ୍ୟ ଲାଭ କରିବା ପରେ ବ୍ଲାକ୍‌ ଫଙ୍ଗସ୍‌ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ତାଙ୍କର ପରୀକ୍ଷା କରାଯାଇଥିଲା। ଏହାପରେ ତାଙ୍କଠାରେ ଗ୍ରୀନ୍‌ ଫଙ୍ଗସ୍‌ ଚିହ୍ନଟ ହୋଇଥିଲା।

Comments are closed.