Latest Odisha News

BREAKING NEWS

ପଞ୍ଜାବର ପଠାନକୋଟ ଆର୍ମି କ୍ୟାମ୍ପର ତ୍ରିବେଣୀ ଫାଟକ ନିକଟରେ ଗ୍ରେନେଡ଼ ବିସ୍ଫୋରଣ

ପଠାନକୋଟ: ସୋମବାର ସକାଳେ ପଞ୍ଜାବର ପଠାନକୋଟର ଧୀରପୁଲ ନିକଟ ଭାରତୀୟ ସେନାର ତ୍ରିବେଣୀ ଫାଟକ ନିକଟରେ ଗ୍ରେନେଡ଼ ବିସ୍ଫୋରଣ ହୋଇଛି । ପୋଲିସ କହିଛି, ଦୁଇଜଣ ଅଜଣା ବ୍ୟକ୍ତି ଏକ ବାଇକରେ ଆସି ଏକ ଗ୍ରେନେଡ଼କୁ ଆର୍ମି ଗେଟ୍ ଭିତରକୁ ଫୋପାଡ଼ି ଦେଇଥିଲେ । ଗ୍ରେନେଡ଼ର କିଛି ଅଂଶ ଉଦ୍ଧାର କରାଯାଇ ଘଟଣାରୁ ଖୋଳତାଡ଼ କରାଯାଉଛି ।

ପଠାନକୋଟରେ ଥିବା ଆର୍ମି ଷ୍ଟେସନର ତ୍ରିବେଣୀ ଗେଟ୍ ନିକଟରେ ଗୋଟାଏ ଗ୍ରେନେଡ଼୍ ବିସ୍ଫୋରଣ ହୋଇଥିବା ଏସଏସପି ସୁରେନ୍ଦ୍ର ଲାମ୍ବା କହିଛନ୍ତି । ଏଥିପାଇଁ ସମ୍ପୃକ୍ତ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଥିବା ମଧ୍ୟ ସେ କହିଛନ୍ତି । ସୂଚନା ଅନୁସାରେ, ଆଜି ସକାଳୁ ତ୍ରିବେଣୀ ଫାଟକ ନିକଟରେ ଏକ ବିବାହ ଶୋଭାଯାତ୍ରା ଅତିକ୍ରମ କରୁଥିଲା । ସେହି ସମୟରେ କେହି ଦୁର୍ବୁତ୍ତ ଗ୍ରେନେଡ଼ ଫୋପାଡିଥିଲେ ।

ଆକ୍ରମଣରେ କେହି ଆହତ ହୋଇନାହାନ୍ତି । ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ ବୋଲି ପୋଲିସ୍ ସୂତ୍ରକୁ ପ୍ରକାଶ କରାଯାଇଛି । ପଠାନକୋଟରେ ଥିବା ସମସ୍ତ ଚେକ୍ ପୋଷ୍ଟରେ ହାଇ ଆଲର୍ଟ ଜାରି କରାଯାଇଛି ।

Leave A Reply

Your email address will not be published.