Latest Odisha News

ଟୁଲ୍କିଟ୍ ମାମଲା: ଏକ ଦିନିଆ ପୋଲିସ ହେପାଜତକୁ ଗଲେ ଦିଶା

ନୂଆଦିଲ୍ଲୀ: ଗ୍ରେଟା ଥନବର୍ଗ ଟୁଲ୍କିଟ୍ ମାମଲାରେ ସୋମବାର ଦିନ ଦିଲ୍ଲୀର ଏକ କୋର୍ଟ ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଏକ ଦିନିଆ ପୋଲିସ ହେପାଜତକୁ ପଠାଇ ଦେଇଛନ୍ତି।

୨୨ ବର୍ଷିୟା ଦିଶାଙ୍କୁ ପାଞ୍ଚ ଦିନିଆ ହେପାଜତ ପାଇଁ ଦିଲ୍ଲୀ ପୋଲିସର ଅନୁରୋଧକୁ ପଟିଆଲା ହାଉସ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।

ଦିଶାଙ୍କୁ ପୋଲିସ୍ ହେପାଜତର ପାଞ୍ଚ ଦିନ ବୃଦ୍ଧି କରିବାକୁ ଚାହୁଁଥିବା ବେଳେ ସରକାରୀ ଓକିଲ ଯୁକ୍ତି ବାଢିଥିଲେ ଯେ ପଚରାଉଚରା ବେଳେ ଦିଶା ଏଥିରୁ ବଞ୍ଚିତ ହୋଇଥିଲେ ଏବଂ ସହ-ଅଭିଯୁକ୍ତ ଶାନ୍ତନୁ ମୁଲୁକ ଏବଂ ନିକିତା ଯାଦବଙ୍କ ଉପରେ ଦୋଷ ଲଦିଥିଲେ।

ଏହାପୂର୍ବରୁ ଗତ ଶୁକ୍ରବାର ଦିନ ଟ୍ରାଏଲ କୋର୍ଟ ଦିଶାଙ୍କୁ ପାଞ୍ଚ ଦିନିଆ ପୋଲିସ ହେପାଜତର ଅବଧି ଶେଷ ହେବା ପରେ ତାଙ୍କୁ ତିନି ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ।

Leave A Reply

Your email address will not be published.