Latest Odisha News

BREAKING NEWS

ଜଙ୍ଗଲ ନିଆଁରେ ଜଳିଗଲା ୩୦୦ କୋଟିର ବିଳାସପୂର୍ଣ୍ଣ ପ୍ରାସାଦ 

କାଲିଫର୍ନିଆ: ଆମେରିକାର କାଲିଫର୍ନିଆର ଜଙ୍ଗଲରେ ଲାଗିଥିବା ନିଆଁ ଦ୍ୱାରା ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ଏହି ନିଆଁ ଅନେକ  ଆବାସିକ ଅଞ୍ଚଳକୁ ମଧ୍ଯ ବ୍ୟାପିବାରେ ଲାଗିଛି ଯେଉଁଥିରେ ହଲିଉଡ୍ ହିଲ୍ସ ମଧ୍ଯ ଅନ୍ତର୍ଭୁକ୍ତ ଅଛି। ତେବେ ଚିନ୍ତାର ବିଷୟ ହେଉଛି ଏଠାରେ  ଅନେକ ବଡ଼ ବଡ଼ ଷ୍ଟାର ମାନଙ୍କର ଘର ମଧ୍ଯ ରହିଛି।

ତେବେ ଏହି ନିଆଁରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହେବା ସହ ବ୍ୟାପକ କ୍ଷୟକ୍ଷତି ମଧ୍ଯ ଘଟିସାରିଲାଣି। ଏହି ନିଆଁର ସଂସ୍ପର୍ଶରେ ଆସି ପ୍ରାୟ ୩୦୦ କୋଟି ଟଙ୍କା (ପ୍ରାୟ $୩୫ ନିୟୁତ) ମୂଲ୍ୟର ଏକ ବିଳାସପୂର୍ଣ୍ଣ ପ୍ରାସାଦ ନିଆଁରେ ପୋଡ଼ିଯାଇଥିବା ନେଇ ଚର୍ଚ୍ଚା ହେଉଛି। ଏନେଇ ଏକ ଭିଡିଓ ମଧ୍ଯ ଭାଇରାଲ ହେଉଛି। ତେବେ ଏହି ବିଳାସପୂର୍ଣ୍ଣ ସମ୍ପତ୍ତି ଆମେରିକାର ଏକ ଅଗ୍ରଣୀ ଅନଲାଇନ୍ ରିଅଲ୍ ଇଷ୍ଟେଟ୍ ୱେବସାଇଟରେ ତାଲିକାଭୁକ୍ତ ମଧ୍ଯ ରହିଛି।

ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ସେହି ପ୍ରାସାଦଟିର  ଚାରିପାଖ ନିଆଁରେ ସମ୍ପୂର୍ଣ୍ଣ ଭାବେ ଘେରି ରହିଛି ଯାହାକି ଅତ୍ୟନ୍ତ ଭୟାବହ ଅଟେ। ତେବେ ଏହି ଦୃଶ୍ୟ ଲସ୍ ଆଞ୍ଜେଲସର ଜଙ୍ଗଲରେ ଲାଗିଥିବା  ଅଗ୍ନିକାଣ୍ଡର ଭୟାବହତାକୁ ଦର୍ଶାଉଛି। ମଙ୍ଗଳବାର ଠାରୁ ବ୍ୟାପି ଚାଲିଥିବା ଏହି ନିଆଁ ସହରର ଅନେକ ସ୍ଥାନକୁ ନିଜ ଚପଟ ରେ କରିସାରିଲାଣି।

ଲସ୍ ଆଞ୍ଜେଲସ ହଲିଉଡ୍ ଏବଂ ମନୋରଞ୍ଜନ ପ୍ରମୁଖ ସ୍ଥଳ ଅଟେ କିନ୍ତୁ ଏହି ଅଗ୍ନିକାଣ୍ଡ ଦ୍ୱାରା ଏହା ବ୍ୟାପକ ଭାବେ ପ୍ରଭାବିତ ହୋଇଛି।ଏହି ଅଗ୍ନିକାଣ୍ଡ ପେସିଫିକ୍ ପୈଲିସେଡ୍ସ୍, ପାସାଡେନା, ଅଲ୍ଟାଡେନା ଏବଂ ହଲିଉଡ୍ ହିଲ୍ସ ଭଳି ଅଞ୍ଚଳକୁ ଗ୍ରାସ କରିଛି। ଅପରପକ୍ଷରେ ଶୁଷ୍କ ପବନ ଯୋଗୁଁ ନିଆଁ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି।

 

Comments are closed.